ବାପା
ବାପା
ଧରମ ସରଗ ବାପା ସେ ପରମ ତପ
ସକଳ ଦେବ ସନ୍ତୁଷ୍ଟ ହେଲେ ସେ ସନ୍ତୋଷ
ଆକାଶଠୁ ମହୀୟାନ ବାପା ହିଁ କେବଳ
ତାଙ୍କ ସେବା ରତ ରୁହ ଲଭିବ ସକଳ
ହାତ ଧରି ଚାଲି ଶିଖି ବାପାଙ୍କ ପାଖରୁ
ଚାଲିଛି ମଣିଷ ଆଜି ଗନ୍ତବ୍ୟ ପଥରେ
ଆକାଶର ମହାନତା ସୂର୍ଯ୍ୟ ଚନ୍ଦ୍ର ତାରା
ସଭିଏଁ ତ କରିଛନ୍ତି ତାହାକୁ ଆଶରା
ବାପା ନିଜେ ଆକାଶଠୁ କେତେ ବଡ
କିଏ ସେ କଳିଛି ମହାନତା ତାଙ୍କ ?
ଆମ ଭୁଲ୍ ସୁଧାରିବା ବେଳେ
ବାପାଙ୍କର କ୍ରୋଧ ରୌଦ୍ର ସୂର୍ଯ୍ୟ ସମ
ତାହାରି ଭିତରେ ଛପେ ବାତ୍ସଲ୍ୟ ମମତା
ଯେଉଁ ସୁଧା ଚନ୍ଦ୍ର ଚାନ୍ଦିନୀର ସମ
ବାପା ଏଇ ଦୁଇଟି ଅକ୍ଷର ସତେ ଢାଳିଦିଏ ସୁଧା
ସୁଧା ସିନା ସରଗ ଦରବ, ମରତେ ତା ହୋଇଛି
ସୁଲଭ
ବାପା ନିଜେ ଦୁଃଖ କଷ୍ଟ ସହି ନିଜ ସ୍ବାର୍ଥ
ଜଳାଞ୍ଜଳି ଦେଇ
ବଡ କରିଅଛନ୍ତି ଆମକୁ କେତେ ଉଚ୍ଚ
ଅଭିଳାଷ ନେଇ
ବାପା ଥିଲା ପୁଅ କେବେ ହାରେନା ସଭାରେ
କହିଛନ୍ତି ମହାଜନଗଣ
ବାପାଙ୍କର କଥାକୁ ମାନିବା ନ କରିବା
କେବେ ଉଲ୍ଲଙ୍ଘନ
ହାତ ତୁମ ମୁଣ୍ଡକୁ ପାଇଛି ,ପାଉ , ହେଲେ
ବାପାଙ୍କୁ ଆଦର
କରିବ ନ ଭୁଲି ତୁମ ପାଇଁ ତାଙ୍କ
ଜୀବନର ଉପକାର ।
