Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Das

Children Stories Classics Inspirational

4  

Ramakanta Das

Children Stories Classics Inspirational

ବାପା

ବାପା

1 min
342



ଯାହା ପାଇଁ ଆଜି ଏଇ ମୋ ଜୀବନ

ଯାହା ପାଇଁ ଯଉବନ

ଯାହା ପାଇଁ ଚାଲେ ମୋ ଦେହେ ପବନ

ସେ ହିଁ ମୋର ଭଗବାନ ||


ଧନ୍ୟ ତୁମେ ପିତା ତୁମରି ଆଶିଷେ

ମାତୃଗର୍ଭେ ଦେଲ ସ୍ଥାନ

ତୁମରି କୃପାରୁ ଭୂମିଷ୍ଠ ହୋଇଣ

ଦେଖିଲି ସୃଷ୍ଟି ଭିଆଣ ||


ଶାନ୍ତି, ଦୟା, କ୍ଷମା, ଶିକ୍ଷା ଓ ସଂସ୍କାର

ମନେ ମୋ ଭରିଦେଇଛ

ସତ୍ୟ ଓ ନ୍ୟାୟ ପଥେ ଚାଲିଵା ପାଇଁ

ମାର୍ଗ ଦେଖେଇଛ ||


ଦୁଷ୍ଟ ହେଲେ ସେ ଆକଟ କରନ୍ତି

ଧରେଇ ଦିଅନ୍ତି କାନ

ମୁଣ୍ଡକୁ ଆଉଁସି କୋଳରେ ବସେଇ

ଦିଅନ୍ତି ଅନେକ ଜ୍ଞାନ ||


ସବୁ ଯନ୍ତ୍ରଣାକୁ ଛାତିରେ ଚାପିରଖି

ସଭିଁଙ୍କ ଓଠରେ ଫୁଟାନ୍ତି ହସ

ଖରା, ବରଷା ଓ ଶୀତକୁ ସହି ସେ

କର୍ମ କରୁଥାନ୍ତି ବାରମାସ ||


ତାଙ୍କ ପାଇଁ ଆଜି ପରିଚୟ ମୋର

ସେ ଯେ ମୋର ପ୍ରାଣ

ଯେତେ ଚେଷ୍ଟା କଲେ ସୁଝି ହେବନାହିଁ

ତାଙ୍କରି ତ୍ୟାଗର ଋଣ ||


ମୁଣ୍ଡର ଝାଳକୁ ତୁଣ୍ଡରେ ପିଅନ୍ତି

ରକତକୁ ପାଣି କରି

ସେ ଆମ ପାଇଁ ଜୀବନ୍ତ ଈଶ୍ଵର

କେହି ହେବେ ନାହିଁ ତାଙ୍କ ସରି ||



Rate this content
Log in