ବାପା ...ମୁଁ ଡରୁଥିଲି
ବାପା ...ମୁଁ ଡରୁଥିଲି
ସାଙ୍ଗ ମାନେ କହିଲେ,-"କଣ ପିତୃତ୍ବ ଦିବସ ରେ ତୋ କଲମ ରୁ କିଛି ଝରିଲାନି..?"
ମୁଁ ଚୁପ୍ ରହିଲି...
ବାପା ଙ୍କ ଅତୁଳନୀୟ ତ୍ୟାଗ , ଅନାବିଳ ସ୍ନେହ ,ଅକଳନୀୟ ବଳିଦାନର ଗାଥା କଣ ମୋ ହୃଦୟ ନିସୃତ କେଇଧାଡି ଶବ୍ଦ ର ସମ୍ଭାର ଉଚିତ୍ ମୂଲ୍ୟ ଦେଇ ପାରିଥାଆନ୍ତା ..??ବୋଧେ ନା..
ମୁଁ ଡରି ଗଲି ବାପା ..
ଚେତନାର ଚୌହଦୀ ଉପରେ ବସି ନଜର ରଖୁରଖୁ
କେତେବେଳେ ଯେ ତୁମେ ମଣିଷ ରୁ ଇଶ୍ୱର ପାଲଟି ସାରିଥିଲ
ହୁଏତ ତୁମେ ଜାଣନା..
କିନ୍ତୁ..
ଇଶ୍ୱର ମୋ ହାତ ଆଙ୍ଗୁଠି ଧରି ଅଗ୍ରସର ହେଉଥିଲେ
ନିଆଁ ,ପାଣି ,ପବନ ,ଆକାଶ ,ଅନ୍ତରୀକ୍ଷ
ଆର ପାରି ଯାଏଁ
ତାକୁ ଦେଖି ମୁଁ ଡରୁଥିଲି ବାପା..
ମୁଁ କି ଯାଣୁଥିଲି
ମୋ ଅବହେଳିତ କାମନା ର ଶୋଭାଯାତ୍ରା
ତୁମ ହାତ ର ପାରିଲାପଣ ରେ ପୂର୍ଣ୍ଣ ହୁଏ ବୋଲି..
ମୁଁ କି ଯାଣିବି
ମୋ ଆଖିର ର ଅସରନ୍ତି ସ୍ୱପ୍ନ ଫୁଲ ସବୁ
ତୁମ କଠୋର ହାତ ପାପୁଲି ସ୍ପର୍ଶ ରେ
ସୁରଭିତ ହୋଇ ଉଠନ୍ତି ବୋଲି..
ମୁଁ ଡରୁଥିଲି ବାପା..
ମେରୁ ଖୁଣ୍ଟ ପ୍ରାୟ ନିରବ ନିଶ୍ଚଳ ରହି ତୁମେ ଆଙ୍କିଦେଲ
ମୋ ଚାଲିବା ପଥର ମାନଚିତ୍ର..
ପ୍ରଛଦପଟ୍ଟ ରେ ଜଳି ଜଳି ଆଲୋକିତ କଲ
ମୋ ଜୀବନ ର ଅସଜଡା ଗାଣିତିକ ସୁତ୍ର..
ତେବେ
ତୁମେ କଣ କେଉଁ ଇଶ୍ୱର ଠୁ କମ୍ ..??
ମୁଁ ଡରିଯାଏ ବାପା..
ଆଜି ବି ନିଷ୍ପତ୍ତି ନିର୍ଦ୍ଧାରଣ କରୁ କରୁ
ମାନସ ପଟ୍ଟରେ ତୁମ ଛବି ରଖି ଆଣ୍ଠୁମାଡି କହେ
ମୁଁ ଡରୁଛି ବାପା..
ଖାଲି ଥରୁଟିଏ
ତୁମ ବାଳୁତ ପୁତ୍ର ର ହାତ ଧରି ବାକି ପଥ ଅତିକ୍ରାନ୍ତ କରିନିଅ..
ଆଉ ତୁମେ ବି ତ
ସବୁଥର ପରି ଏଥରକ ବି ଫଟା ଓଠରେ ଶୁଖିଲା ହସଟେ ଫିଙ୍ଗି
କଣ୍ଟା ପରେ ହାତ ରଖି
ମୋ ପାଦ ସଳଖେଇ ଦିଅ..
ସବୁ ଜନ୍ମ ରେ
ତୁମେ ମୋର ପିତା ହୋଇ ରହିଥାଅ
(ସେ ଜୀବନ୍ତ ଇଶ୍ୱର ସାରା ଜୀବନ ମୋ ସାଥିରେ ରହିଥାଆନ୍ତୁ ।
ତାଙ୍କ ଶ୍ରୀ ପୟରେ ନଜର ସୁଦୂରରୁ ରହି କୋଟି କୋଟି ଦଣ୍ଡବତ)
