ବାପା, ମାଆ ଓ ମୁଁ
ବାପା, ମାଆ ଓ ମୁଁ
ମାଆ ଜନ୍ମ ଦେଇଥିଲା
ମୁଁ ତ କିଛି ବୁଝିନି
ବୁଝିନି ବି କେଉଁ ପରି ଜନ୍ମ?
ଆଜି ବଡ଼ ହୋଇଛି
ଦୁନିଆକୁ ଚିହ୍ନିବା ବି ବୟସ
ଶୁଣୁଛି ମୋର ବାପା ନାହିଁ
କୁଆଡେ଼ ଜାରଜ ସନ୍ତାନ।
ସବୁ ସନ୍ତାନର ବାପା ଥିଲା ପରି
ମୋର ତ ନିଶ୍ଚୟ ଥିବେ
କେହି ନା କେହି?
ଦିନେ ପଚାରିଲି ମାଆ
ବାପା କାହାନ୍ତି,କେଉଁଠି ଅଛନ୍ତି?
ମୁଁ ଦେଖନ୍ତି ଅନ୍ଯ ସାଙ୍ଗଙ୍କ ପରି
କୋଳରେ ବସନ୍ତି,ପିଠିରେ ସବାର ହୁଅନ୍ତି।
ମାଆଙ୍କ ଆଖିରେ ଲୁହ
ସେ କହିଲେନି କିଛି
ଯେମିତି ବାପା କିଏ ଚିହ୍ନନ୍ତିନି।
ମୁଁ ଉଙ୍ଖାରି ବୁଝିଲି ରହସ୍ଯ
ଜନ୍ମ ପ୍ରସଙ୍ଗ ମୋହର।
ଦିନେ ସଞ୍ଜବେଳେ କୁମୁଟିଆ ନଦୀ କୂଳେ ବସିଛି
ଜଣେ ଡେଙ୍ଗା,ଗୋରା ଆଉ ଧନୀ ଯୁବକ
ଯିଏ ମାଆଙ୍କର ଦେହକୁ ଝୁଣିଥିଲା
ବିବାହର ପ୍ରତିଶ୍ରୃତି ଦେଇ
ସବୁ ନେଇ ମୋତେ ଦେଇଥିଲା।
ପ୍ରଣାମ ଓ ଅପଲକ ନୟନେ ଚାହିଁଲି
ସେ ନ ଚିହ୍ନିଲା ପରି ଚାଲିଗଲା
ମୁଁ ବାଟ ଓଗାଳିଲି
ସେ ଠୋ'କିନି ଚାପୁଡା଼ଟେ ଗାଲରେ ଥୋଇଲା
ମୁଁ ଭୁଜାଲିରେ ତା'ପେଟ ଚିରି ଦେଲି।
ମାଆଙ୍କୁ ଘଟଣାକ୍ରମଟା କହିଲି
ସେ ଥରିଉଠି ଅପଭାଷା କଲେ
ମୁଁ ବି ଛାଡି଼ଲିନି
ତାଳରୁ ତଳିପା ଲଦି ଦେଲି କଣ୍ଟା ଆଉ କଣ୍ଟା
ମୋର ନିନ୍ଦା ଅହହ୍ଯ
ଜନ୍ମକଲା କୁଆଁରୀ ମାଆଠୁ ବି ବଳି।
ସେ ଆତ୍ମହତ୍ଯା କଲା ମୋରି ସମ୍ମୁଖେ
ମୁଁ ସ୍ଥିର ଓ ନିଶ୍ଚଳ
ଯେମିତି କାଠ ଓ ପାଷାଣ
ଗୋଟେ ଅଟଳ ମହାମେରୁ।
ଆଜି ବୟସର ସାୟାହ୍ନରେ ବି
ଆଜନ୍ମ ବ୍ରହ୍ମଚାରୀ
ତଥାପି କାହିଁକି କେଜାଣି
ମାଆଙ୍କର ଅଭିଶାପ ମୋରି ଉପରେ ଫଳତଃ
ହୃଦୟରେ ଭଣଭଣ ରୋଗ
କାହାକୁ ସମ୍ଭାଳିବି
କିଏ ଆହା ପଦ ଦେବ?
ବାପା ଓ ମାଆଙ୍କୁ ତ ଘୃଣା
ପତ୍ନୀ, ପୁତ୍ର କି କନ୍ଯା ବି ନାହାନ୍ତି
ବଳଥିବା ବେଳେ ସବୁ ଆବଶ୍ଯକତା
ନିଜେ ଭରୁଥିଲି
ଅଥଚ ଏଥର ବଳ ଅଛି ନା ବୟସ?
କେବଳ ହିଁ କେବଳ
ରୋଗ ଆଉ ରୋଗ
ଘୁଣ ପୋକ ପରି ଖାଇ ଯାଉଛନ୍ତି
ଦେହ, ମନ ଓ ବିବେକୁ।
ହାୟରେ !
ହେ ମୋର ଭାଇ,ବନ୍ଧୁ ଓ କୁଟୁମ୍ବ
ନିଜର ଜନ୍ମଙ୍କୁ କୋଟିପୂଣ୍ଯର ଫଳ ହିଁ ଭାବନ୍ତୁ
ଈଶ୍ବରଙ୍କ ଇଛା ଓ ଆଶାକୁ ବି ସମ୍ମାନ
ଅନ୍ଯଥା ମୋର ପରି
ରୋଗ ଆଉ ଶୋକରେ ସଢି଼
ନିତି ମରି ନିତି ବଞ୍ଚୁଥିବ।
