STORYMIRROR

prajna paramita

Others

5.0  

prajna paramita

Others

ବାଲିଘର

ବାଲିଘର

1 min
649



କେବେନା କେବେ

ଅମୁହାଁ ମନ୍ଦିରର

ଅପାଣିଆ ଦେବତା ପରି

ଅଣ୍ଡାଳି ବସିବ ମୋ

ଆଗମନର ପଥ

ପୁଣି ଥରେ ଢ଼ାଳିଦେବ

କଥାର ଦୁଆତ

ଆଉ ଉଖାରି ବସିବ

ତାଜା ଥିବା ପୁରାତନ କ୍ଷତ

ଉପଶମ ର ଆଳରେ

ପ୍ରଲେପି ଚାଲିବ

କଥାର ବିଶଲ୍ୟ କରଣୀ

ମୁ ବି ସାଜିଯିବି

ଅନ୍ଧ ମୁକ ଓ ବଧିର

ଆପେ ଆପେ ନିଷ୍କ୍ରିୟତାକୁ

ଆଦରି ନେବ ମୋ ହୃଦୟର ତନ୍ତ୍ରୀ

କ୍ଷଣ କ୍ଷଣ ଆଉ ମୁହୂର୍ତ୍ତ ମୁହୂର୍ତ୍ତ ଧରି

ଘୋଷାଡ଼ି ଆସୁଥିବେ ସ୍ମୃତିର ଅସହ୍ୟ ଦିନ

ମାଗି ବସିବେ ସମ୍ପର୍କର ପରିଚୟ

ଜାଣିଛି ମୁଁ

ସୁନା ପଞ୍ଜୁରୀରେ ଆବଦ୍ଧ ଏ ଜୀବନ

ମୁକ୍ତାକାଶର ସ୍ୱପ୍ନରେ ବଞ୍ଚେ ସିନା

ତୁମ ମିଥ୍ୟା ସଂଭାଷଣରେ

ହେଇ ଯାଏ ଆନମନା

ମିଥ୍ୟାରେ ହେଉ ପଛେ

ମନ ଭରି ବଞ୍ଚିଯାଏ

ମୁହୂର୍ତ୍ତକ ପାଇଁ

ହେଲେ ତୁମେ କୁହ

ସ୍ୱପ୍ନରେ ନହଜି ବାସ୍ତବରେ ବଞ୍ଚ

ପାଗଳାମି ଛାଡି ପକ୍ଵତାକୁ ସଞ୍ଚ

ତଥାପି ମୁଁ ହୁଏ ବେପରୁଆ

ଖୋଜିଚାଲେ ତୁମ ସ୍ନେହର ପରସ

ମମତାରେ ଭରା ନିଃସ୍ୱାର୍ଥର ହସ

ପୁଣି ଇଚ୍ଛା ହୁଏ ଖେଳିବାକୁ

ତୁମ ସହ ମିଚି ମିଚିକା

ବୋହୁ ଚୋରିର ଖେଳ

ଗଢିବାକୁ

ଓଦା ବାଲିରେ ଘର

ତୋଳିବାକୁ ସୁଖର ସଂସାର ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍