STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବାହୁଡା ଯାତ୍ରାରେ ଜେଜେଙ୍କ ଆକୁଳତା

ବାହୁଡା ଯାତ୍ରାରେ ଜେଜେଙ୍କ ଆକୁଳତା

1 min
218


ବଡ଼ କଷ୍ଟ କରି ଧନ ସଞ୍ଚିଥିଲା

ବାହୁଡ଼ା ଯାତ୍ରାକୁ ଯିବ

ସ୍ବପ୍ନ ଦେଖୁଥିଲା ଦେହ ମନ ପ୍ରାଣ 

ପବିତ୍ର ତାର କରିବ।୧

ଦିନ ଗଣୁଥିଲା କେବେ ଆସିଯିବ

ଗୋଡି଼ ଧରି ନିତି ବସି 

ଅପାଠୋଈ ବୋଲି ବଡ଼ ଦୁଃଖ ତାର

କାଳେ ଦିନ ଯିବ ଖସି।୨

ଜଗତ କଲ୍ଯାଣ ପାଇଁ ମନ ଥିଲା

ପର ପାଇଁ କାମ କରି

ସମୟ ତାହାର ଗଡେ଼ଇ ଦେଇଛି

ଆଜି ମନ ଯାଏ କୋରି।୩

ବଡ଼ ସରାଗରେ ସଞ୍ଚିଥିବା ଟଙ୍କା

ଦୁଃଖୀ ରଙ୍କି ଲୋକ ଦେଖି

ସେବାରେ ଲଗାଏ ପ୍ରତିକ୍ଷଣ ସିଏ

କରି ଜଗନ୍ନାଥ ସାକ୍ଷୀ।୪

ଦିନେ ହେଲେ ସିଏ ଭୋକିଲା ଲୋକର

ଦୁଃଖ ସହିପାରେ ନାହିଁ 

ପାଖେ ଠିଆ ହୋଇ ସାଧ୍ୟ ମତେ ସେବା

ଯୋଗାଏ ତାହାକୁ ଚାହିଁ।୫

ଦେଖୁ ଦେଖୁ ଆସି ମୁଣ୍ଡର ଉପରେ

ବାହୁଡ଼ା ଯାତ୍ରାଟି ଠିଆ

ଜେଜିଙ୍କର କିନ୍ତୁ ଦେହଟି ଦୁର୍ବଳ 

ବନ୍ଦ ହେଲା ଖିଆପିଆ।୬

ଲୁହକୁ ଗଡେ଼ଇ ଧିକ୍କାରିଲା ସିଏ

ପାପ କରିଥିଲି ବୋଲି 

ସ୍ବପ୍ନଟି ତାହାର ଅଧୁରା ରହିଲା

ଦେଖି ପାରିଲିନି ଖାଲି।୭

ମୁଣ୍ଡକୁ ତାହାର ଦୁଆର ବନ୍ଧରେ 

ବାଡେ଼ଇ ଯେବେ ଚାଲିଲା

କଳା ମଚମଚ ଯୁବକ ଗୋଟିଏ 

ବସି କେତେ ବୁଝାଇଲା।୮

ମାନିଲାନି କିଛି ଜଗନ୍ନାଥ ଭିନ୍ନ

ଆଉ କିଏ ଆସ କିଆଁ

ଚାଲିଯାଅ ଦୂର କହିବା କ୍ଷଣି ସେ

ଜଗନ୍ନାଥ ହେଲେ ଠିଆ।୯

ଲୁହକୁ ଗଡେ଼ଇ ଦୁଇ ହାତ ଯୋଡି

କହିଲା ଧନ୍ଯ ମୁଁ ହେଲି

ଏବେ ନେଇଚାଲ ସରଗ ପୁରକୁ 

ଏ ମରତ ଯିବି ଭୁଲି।୧୦

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍