STORYMIRROR

Padmaja Saran

Others

3  

Padmaja Saran

Others

ବାହୁଡା ବିଜେ

ବାହୁଡା ବିଜେ

1 min
167

ଏଇ ଦେଖ

ସେ କେମିତି ନାଚି ନାଚି

ଓହ୍ଲାଇଦେଲା

ଗୋଟେ ତରୁଣବେଳ


କେହି କ'ଣ ବଜୋଉଥିଲା ବଂଶୀ

ନା ତାଳ ତୋଳୁଥିଲା ମୃଦଂଗରେ


ସେ ନିଜେ ବଂଶୀ, ନିଜେ ମୃଦଂଗ

ନିଜେ ଦାସୀ ନିଜେ ଦେବତା


କେହି ନଥିବା ଘରକୁ

କେତେ ଲାଜ ଲାଜ ତା'ର ପ୍ରବେଶ

କେତେ କୁଣ୍ଠା ତା' ଫେରନ୍ତି ପାଦରେ.....!


ଏବେ ଲାଜ ନାହିଁ କି କୁଣ୍ଠା ନାହିଁ

ଗୋଟେ ଅପଲକ ଆଖି ଆକାଶରେ

ଅଦ୍ଭୁତ ନୀଳରଙ୍ଗ


ମାଟି ମୁଠାକରେ ଚନ୍ଦନ,କସ୍ତୁରୀ

ତୁଳସୀ,ଦୟଣାର ଗନ୍ଧ


ପବନ ଦେହରେ ମୁଗ୍ମ ମୁରଲୀର ଲଳିତ ରାଗ

ବର୍ଷା ଛିଟାରେ ଉତ୍ତାଳ ଯମୁନାର ଢେଉ


ସେ ଢେଉ କାଟି ପହଁରି ଯାଉଛି ତ

ପବନରେ ଝାଡୁଛି ଉଡନ୍ତା ଡେଣା

ବୋଳିହେଉଛି ନୀଳରଙ୍ଗ 


    ତଥାପି ଉଦାସ


ପଚାରିଲେ କହୁଛି, ......

ତମେ ଦାରୁ ହୁଅ ଚିରକାଳ

ମତେ ଘୁଙ୍ଗୁର ଡାକୁଛି


ପବନର ବଂଶୀସ୍ଵର ଭେଦି

ମତେ କାହିଁ ଅଥୟ କରୁଛି


ଲିଭାଇ ଦିଅ ନୀଳରଙ୍ଗ

ଚତୁର୍ଥ ପ୍ରହର ରାତି 

ପହୁଡ ଭାଙ୍ଗୁଛି

ମତେ ଘୁଙ୍ଗୁର ଡାକୁଛି.......

  *********



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍