ବାବାରେ ଆଲୁଅ
ବାବାରେ ଆଲୁଅ
ଲେଖାପୁତ୍ର ଆମେ ନିଜକୁ ସଜେଇ
ଆସ ଲାଗିଯିବା କଳି
ଭାଷା ସାହିତ୍ୟର ଉନ୍ନତି ବାହାନା
ଆପୋଷେ ଖାଇବା ଗାଳି !
ପାଡ଼କୁ ଛିଙ୍କକୁ ଟାଣି ଟୁଣି କରି
ଆଗରେ ଥୋଇବା ଆସ
କିଏସେ କାହାକୁ ହରେଇ ପାରୁଛି
ଦେଖାଇହୋଇବା ହସ !
ଗୁରୁ ଚାଣ୍ଡାଳରେ ଶବ୍ଦକୁ ଥୋଇବା
ଘାଣ୍ଟିବା ଏମିତି ଘାଣ୍ଟ
କିଏସେ କହିବେ ବେକାର ଏ କଥା
ସାହିତ୍ୟେ ଅଧମ ଖଣ୍ଟ !
ବଡ଼େଇକରିବା ଗଡ଼େଇଦେଇଛେ
ଭାଙ୍ଗିଛେ କାହାର ଦର୍ପ
ଫୁତ୍କାର ଛାଡ଼ିଛେ ସାହିତ୍ୟ ଗାତରୁ
କେବଳ ଭୀଷଣ ସର୍ପ !
ଦଳକୁ କରିକି କଳରେ ଏମିତି
ତାଳିକୁ ମାରିବା ପଛ
ମନକୁ ମନ ତ ଦେଖେଇହେବାରେ
ମହାନ୍ ବିଦ୍ବାନ ସ୍ବଚ୍ଛ !
ପୁରାଣ ପୁରୁଣା ଫୋପାଡ଼ି ପକାଇ
ନିଜେଟି ରଚିବା ଗ୍ରନ୍ଥ
ଫୁଟାଣି ମାରିବା ପାଠକ ଅର୍ପଣେ
ସାହିତ୍ୟ ସାଧକ ସନ୍ଥ !
କାଳରୁ କାଳକୁ ଖେଳି ତ ପାରିବା
ସୌଭାଗ୍ୟ ସତେକି ଆମ
ନିନ୍ଦାର ଶବ୍ଦଟା ଅଭିଧାନୁ କାଟି
ଭାଷାର ରଖିବା ନାମ !
