STORYMIRROR

Sudeshna Pradhan

Others

3  

Sudeshna Pradhan

Others

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

1 min
371

ସୃଷ୍ଟିର ନିୟାମକ ଗଢିଲେ ଏ ସଂସାର

,  ପଞ୍ଚମହାଭୁତେ ଦେଇ ରକ୍ତ, ମାଂସ, କଙ୍କାଳ l   

  ତା ମଧ୍ୟରେ ଛୋଟ ବଡ଼ ଖଞ୍ଜି ନାନା ଯନ୍ତର,  

 ଆତ୍ମା ରୂପୀ ଜୀବଜ୍ଞାନ ଦେଇ ଗଢିଲେ ଶରୀର l  

ସେ ଶରୀରେ ଜଡିତ ଯେ, ରାଗ, ହିଂସା, ଦ୍ୱେଷ,

   ପରଶ୍ରୀକାତର, କାମନା, ବାସନା ଅଶେଷ       ତା ସହ ସ୍ନେହ, ମମତା ଆଉ ଭଲପାଇବା, 

    ଆଶା, ଅଭିଳାଷ ସହ ହସିବା, କାନ୍ଦିବା l 

      ଏତେ ଗୁଣ ଭରିଦେଇ ଗଢି ଯତନରେ, 

       ମାୟାଧର ମାୟା କେହି ବି ବୁଝି ନ ପାରେ l  

  ଏ ସଂସାର ମାୟା ରୂପୀ ଅଭିନୟ ସ୍ଥଳ,   

   ଫେରିବେ ଯେ, ଯା ବାଟେ ସାରି ଅଭିନୟ ତାର   କାଳର କରାଳ ଯେବେ ସାଜେ ଭୟଙ୍କର,  

     ହତ୍ୟା, ଆତ୍ମହତ୍ୟା କରେ ନିୟତି ଭଙ୍ଗୁର l    

  ଅସମୟେ ଏହିଭଳି ହୋଇଲେ ମରଣ   

      ରହିଯାଏ କିଛି ଆଶା ହୋଇ ଅପୂରଣ  l  

      ଶରୀରଟା ମିଶିଯାଏ ସିନା ଏ ମାଟିରେ, 

       ଆତ୍ମା ଘୁରି ବୁଲୁଥାଏ ଏ ମାୟା ସଂସାରେ l 

    ଅସମୟେ ଅଗ୍ରାହ୍ୟ କରିଲେ ପରମାତ୍ମା,   

    ସେଥିପାଇଁ ବୋଧେ ସାଜେ ସେ ଅତୃପ୍ତ ଆତ୍ମା      ତା ଆଶା ପୂରଣ ପାଇଁ କରି ବିଚରଣ,  

       ସୃଷ୍ଟି କରେ ସବୁଠି ଭୟ ବାତାବରଣ         ଭୁତ ବୋଲି ତାକୁ ସିନା ଜଗତେ ବୋଲନ୍ତି,  

     ଘୁରିବୁଲୁଥାଏ ସିଏ ପାଇବାକୁ ଟିକେ ତୃପ୍ତି l    

 ଶୁଣିପାରେନା କେହି ତା ଆର୍ତ୍ତ ଚିତ୍କାର,

         ପରିହାସ କରେ ପ୍ରକୃତି ତା ବେଦନାର  l 

      ଯେତେବେଳେ ଯାଏ ଆଶା ପୂରଣ ନ ହୁଏ,   

    ଅତୃପ୍ତଆତ୍ମା ହୋଇ ସେ ଯେ ବୁଲୁଥାଏ  l 

     ସମ୍ପର୍କୀୟ କରି ଯେବେ ଦାନ,ପୁଣ୍ୟ, ତୀର୍ଥ,  

    ଅମୃତ୍ୟୁ କାରଣ ଯେବେ ହୋଇଯାଏ ସ୍ପଷ୍ଟ l  

    ସେତେବେଳେ ଯାଇ ସିନା ପାଏ ସେ ଯେ ତୃପ୍ତି, 

   ଅମାପପୂଣ୍ୟ ବଳରେ ପାଏ ସେ ମୁକତି  l  

    ପରମାତ୍ମା ଠାରେ ଯାଇ ସେ ଯେ ଲୀନ ହୁଏ,   

   ଅତୃପ୍ତ ଆତ୍ମା ତାର ନୂତନ ରୂପ ପାଏ  l 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍