STORYMIRROR

Bunee Tripathy

Others

3  

Bunee Tripathy

Others

ଅତୀତର ପଥେ

ଅତୀତର ପଥେ

1 min
196


ହଜି ଯାଇଥିବା ମୂହୁର୍ତ୍ତକୁ ଯଦି

  ହୃଦୟେ ସାଇତି ରଖେ

ସ୍ମୃତିର ଫର୍ଦ୍ଦରେ ଅଦେଖା ଅକ୍ଷରେ

  ସମୟ କଲମେ ଲେଖେ।


କାହା ସାଥେ କଣ ବିତି ଯାଇଅଛି

   ଅତୀତ ନାମରେ ଖ୍ୟାତ

ଚଲାପଥେ ଯେବେ ମନେ ପଡିଯାଏ

   ବିଳପି ହୁଏ ରକତ।


ଘୂର୍ଣ୍ଣମାନ ଏଇ ପୃଥିବୀ ପୃଷ୍ଠରେ

  ଆବର୍ତ୍ତମାନର ଖେଳ

ବିତି ଯାଇଥିବା ସମୟକୁ ନେଇ

  ମନ ହୁଏ ଦୁରୁବଳ।


ପ୍ରିୟତମ ସାଜି ପ୍ରିୟାର ଓଠରେ

  ଦେଇଛ ସରୁ ଚୁମ୍ବନ

ସେହି ଅଧର ତ ବାର୍ଦ୍ଧକ୍ୟ କମ୍ପୁଛି

  ମନେ ନାହିଁ ଶିହରଣ।


ଯେଉଁ ହାତ ତୁମ ଆଲିଙ୍ଗନ କରି

  ବକ୍ଷରେ ଥିଲା ଜାବୁଡ଼ି

ସେହି ହାତ ଆଜି ସାହାରା ପାଇଁକି

   ଜଷ୍ଟିକୁ ଧର ଜାବୁଡ଼ି।


କାଲି ଯାହା ଥିଲା ମଧୁମୟ ପରି

  ଭରୁଥିଲା ମନେ ବାସ

ଶୁଷ୍କ ପ୍ରାୟ ସେହି ଦଣ୍ଡାୟମାନ ତ

   ମୂଲ୍ୟହୀନ ସେହି ରସ।


ଅତୀତକୁ କେବେ ମୁରୁଛି ପାରନି

   ପିଣ୍ଡେ ପ୍ରାଣ ଥିବା ଯାଏଁ।

ଦୂର ପରବତ ସୁନ୍ଦର ପରିତ

  ସବୁଜ ସୁନ୍ଦର ସିଏ।


ମନେ ଆସେ ଭାବ ଫେରିକି ଆସନ୍ତା

  ହଜି ଯାଇଥିବା ଦିନ

ସେହି ପିଲାଦିନ ମିଛ ବାଲିଘର

   ପ୍ରେମ ଫାଶୀ ଯଉବନ।


ବୟସ ବଢିଲେ ମାନସ ପଟରେ

   ଅତୀତଟା ଉଙ୍କିମାରେ

ଜୀବନ ଦର୍ଶନ ପରିଧି ଭିତରେ

  ଦୁଃଖ ସୁଖ ଠିଆକରେ।


ଅତୀତ ଆମର ସ୍ବର୍ଣ୍ଣାଭ ହେଉବା

  ହେଉପଛେ କଳଙ୍କିତ

ମନ ଇତିହାସେ ରହେ ଉଜ୍ଜିବିତ

  ଚିର ଅମର ସିଏତ।


Rate this content
Log in