ଅତୀତର ଛାଇ
ଅତୀତର ଛାଇ
ଜଳୁଥିବା ଜୁଇ ଆଉ ଲିଭେନି
କି ହଜିଲା ଅତୀତ ଆଉ ଫେରେନି
ଝରୁଥିବା ଲୁହ ପାଖରେ
ଫେରିବାର ପ୍ରତିଶ୍ରୁତି ନ ଥାଏ
ଥାଏ ହରେଇବାର ଦୁଃଖ ।
ଅଦିନିଆ ବନ୍ଧୁ ସାଜି ଚୁପି ଚୁପି ଆସେ
ଭରିଦିଏ ଅଗଣିତ ଦୁଃଖ ଜୀବନରେ
ସେଇ ତ ଆମ ଅତୀତର କୃତ କର୍ମ
ଛାଇ ପରି ରହିଥାଏ ଜୀବନରେ
ଡରାଏ ଦିନ ରାତିଜୀବନକୁ କରେ ନର୍କ ଗାମୀ ।
ବଞ୍ଚିବାର ରାହା ମିଳେନା ଯେତେ ଖୋଜିଲେ ବି
ଯୋଉଠି ବି ଦେଖିଲେ ଦିଶେ ନିଜ ବର୍ବାଦି
ଫୁଲ ହାର ବି ପାଲଟେ ଫାଶୀ ଦଉଡ଼ି ।
କଣ୍ଟାର ପଥ ତଥାପି
ଚାଲିବାକୁ ହୁଏ ଅନେକ ବାଟ
ବାଟ ସରେନା କି ସ୍ୱପ୍ନ ବି ସରେନା
ଅସରନ୍ତି ଏ ଚଲା ପଥ
ଖୋଜେ ନୀତି ନୂଆ ଲକ୍ଷ୍ୟ ।
କୃତ କର୍ମର ନ ଥାଏ ପ୍ରାୟଶ୍ଚିତ
ସଦାବେଳେ ମନ ହୁଏ ଭୟଭୀତ
ଅତୀତର ଛାଇ ମନେ ହୁଏ ଘାରି
ମନକୁ ଦିଏ ପୁରା ଘାଣ୍ଟି
ଇଚ୍ଛା ହୁଏ ଏ ଭବ ସଂସାରୁ
ମିଳି ଯାଆନ୍ତା କି ମୁକ୍ତି ।