ଅତୀତର ଐତିହ୍ୟ
ଅତୀତର ଐତିହ୍ୟ
କେଡ଼େ ମହାନ ଐତିହ୍ୟ ଆମ କେଡ଼େ ମହାନ ସଂସ୍କୃତି,
ସଦା ସର୍ବଦା ଗରବ କରିବ ଏଇ ଓଡ଼ିଆ ଜାତି।
ଦିନେ ତାହାରି ସୀମା ଯେ ଥିଲା ଗଙ୍ଗାଠାରୁ ଗୋଦାବରୀ,
ସେ ପୂର୍ବଶୂରୀ ଔରସୁ ଜନମି କେହି ନୂହେଁ ତା' ସରି।।
ଶୌର୍ଯ୍ଯେ ବୀର୍ଯ୍ୟେ ବଳିୟାନ ସନ୍ତାନ ତା' ବଢ଼ାଏ ସମ୍ମାନ,
ଆଜି କାହିଁ ତା' କୀରତି ପ୍ରତୀତ ହୁଅଇ ହୀନିମାନ।
କଳା ସ୍ଥାପତ୍ୟ ଭାସ୍କର୍ଯ୍ୟ ଆଉ କାରୁକାର୍ଯ୍ୟୈ ପରିପୂର୍ଣ୍ଣ,
ଚାରୁକାର୍ଯ୍ଯ ଦେଖି ସୌନ୍ଦର୍ଯ୍ୟପୂର୍ଣ୍ଣ ହୋଇ ଉଠଇ ମନ।।
ସବୁଜ ଶ୍ୟାମଳ ସ୍ଵର୍ଣ୍ଣପ୍ରସୂ ଏଇ ଯେ ଉତ୍କଳ ଭୂମି,
ଗିରି କନ୍ଦର ବନ ପ୍ରାନ୍ତର ଆକାଶେ ଦିଅଇ ଚୁମି।
ଅଧୁନା କାହିଁ ଚତୁର୍ଦ୍ଦିଗେ ଶୁଭୁଛି ପ୍ରାୟ ହାହାକାର,
ସହାୟ ହୁଅ ଅଭୟ ଦିଅ ଦୟାକର ହେ ଇଶ୍ଵର ।
