STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଅତୀତ କି ଫେରେ

ଅତୀତ କି ଫେରେ

1 min
166


ସେ କାନ୍ଦୁଥିଲା ତୁହାଇ ତୁହାଇ

ଯେଉଁଦିନ ସବୁ ସ୍ମୃତି ହଜି ଯାଇଥିଲା

ବୈଧବ୍ଯ ଯନ୍ତ୍ରଣାରେ ଛଟପଟ ହୋଇ।


ସବୁ ଅତୀତ ହେଲାଣି

ପୋଛି ସାରିଲାଣି ହୃଦୟରୁ 

କୋହ ଆଉ ଲୁହ

ନୂଆ ଉନ୍ମାଦରେ ଭାସିଲାଣି ସ୍ବପ୍ନର ତରଙ୍ଗେ।


ଆଜି ପୁଅ ବଡ଼ ହୋଇଛି 

ଶିକ୍ଷା ଓ ଦୀକ୍ଷା ସହ ଭଲ ରୋଜଗାର

ଆଉ ମାଆଙ୍କ ସ୍ବପ୍ନକୁ ସାକାର ପାଇଁ ଅଣ୍ଟା ଭିଡି଼ଲାଣି

ପ୍ରତିକ୍ଷଣ ମାଆ ବିନା 

ଯେମିତି ଅଧୁରା ଜୀବନ।


ମାଆ ତାର ସ୍ବପ୍ନର ସୌଦାଗର।


ସେ ଆଜି ବିବେକର ଅଧିନରେ ଚାଳିତ

ଉଚ୍ଚ କର୍ମ ପାଇଁ

ମନକୁ ଫିଙ୍ଗିଛି କାହିଁ କେତେ ଦୂର

ଫଳତଃ ସାରା ସଂସାର ଚିହ୍ନି ସାରିଲାଣି।


ମାଆ ଆଖିରେ ଆନନ୍ଦର ଲୁହ

ଯଦି ବାପା ବଞ୍ଚିଥାନ୍ତେ 

କେତେ ଖୁସି ନ ହୁଅନ୍ତେ କହିଲ?


ପୁଅ ଲୁହ ପୋଛିଦେଇ କହିଲା

ମାଆ ଅତୀତ ଫେରେନି

ଯଦି ଫେରି ଆସୁଥାନ୍ତା 

ପାଖରୁ ଯାଆନ୍ତାନି ମଧ୍ଯ ଦୂରକୁ।


ମାଆ ପୁଅକୁ କୁଣ୍ଡାଇ 

ଈଶ୍ବରଙ୍କୁ ଧନ୍ଯବାଦ ଦେଲା

ଯା'ର ଦାନ ହିଁ ମହାନ।


ଅତୀତ ନ ଆସୁ କି ନ ଆସୁ 

କିନ୍ତୁ ପୁଅ ସଂସାରରେ 

ମରି କି ଅମର ହିଁ ହେଉ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍