STORYMIRROR

Lilabati Padhi

Others

3  

Lilabati Padhi

Others

ଅତୀତ କି କେବେ ଫେରେ

ଅତୀତ କି କେବେ ଫେରେ

1 min
126

ଅତୀତ ଟା ପୁଣି ଫେରେନାହିଁ କେବେ

ସ୍ମୃତି ହୋଇ ରହେ ସିନା 

ଭାବନାରେ ଆସି ହସାଏ କନ୍ଦାଏ

କରିଦିଏ ଆନମନା ll


ମୋ ପିଲାଦିନର ଅଭୁଲା ଅତୀତ

ଜମା ଭୁଲି ପାରୁନାହିଁ 

ସଂସାର ଜାଲରେ ଛନ୍ଦି ହୋଇଗଲି

ବାପଘରୁ ବିଦାହୋଇ ll


ଖୋଜୁଛି ଆଜି ମୁଁ ଜେଜେମାଆ କୋଳୁ

ଦୂର ଆକାଶର ଜହ୍ନ

ମନେପଡେ ବୋଉ ଖୋଇଦେଉଥିଲା

କରି ମତେ ମାଆ ଧନ ll


ଜିଦିକଲେ ବାବା କାଗଜରେ କେତେ

ଡ଼ଙ୍ଗା କରିଦେଉଥିଲେ 

ଗୋଟି ଗୋଟି କରି ଭସାଉଥିଲି ମୁଁ

ପାଣିଧାରେ ବର୍ଷା ହେଲେ ll


ଜେଜେପିଉଥିବା ନାଲି ଚା ପାଇଁ କି

କେତେ ବାହାନା ମୁଁ କରେ 

ଲୁଚେଇକି ମତେ ଦିଅନ୍ତି ମୋ ଜେଜେ

ବୋଉ ଗlଳିଦେବା ଡରେ ll


ମୋ ଇଚ୍ଛାରେ ମୁଁ ଲାଣ୍ଡି ହେଉଥିଲି

ଭଣ୍ଡାରୀ ପାଖକୁ ଯାଇ 

ଭାରି ସଜ ହୁଏ ମୁଣ୍ଡ ଧୋଇବାଟା

ବୋଉ ଜାଣିପାରେ ନାହିଁ ll


ନଡ଼ିଆ ପତର ଡୁଙ୍ଗୁଥିଲି ବସି

ଚୁଲିରେ ବୋଉ ସାଙ୍ଗରେ 

ଶିଳରେ ସୋରିଷ ବାଟିଲେ ମୋ ବୋଉ

ଝୁଲିଛି ତାର କାନ୍ଧରେ ll


ଯେତେ ଡ୍ରେସ ଥିଲେ ମାମୁଁଘର ଡ୍ରେସ

ଏତେ ଭଲ ଲାଗେ କାଇଁ 

ଆଜିବି ରଖିଛି ସେହି ଫ୍ରକ ମୋର

ଆଣିଥିଲେ ମୋ ମାଇଁ ll


ଭୁଲିପାରିବିନି ଖରାଛୁଟି ହେଲେ

ଅଜାଘର ଗାଁ ବୁଲା 

ଗାଁ ମିଟିଂ ରେ ମାମୁଁ ସଭାପତି

ଭାରି ଭଲ ଲାଗୁଥିଲା ll


ପିଲାରୁ ଆଜି ମୁଁ ବଡ଼ ହୋଇଗଲି

ବାହା ହୋଇଯିବା ପରେ 

ଶାଶୁଘରେ ମୋର କର୍ତ୍ତବ୍ୟ ତୁଲାଇ

ଅତୀତକୁ ଖାଲି ଝୁରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍