Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshay Kumar Behera

Others

2.5  

Akshay Kumar Behera

Others

ଅତୀତ ବର୍ତ୍ତମାନ ଭବିଷ୍ୟତ

ଅତୀତ ବର୍ତ୍ତମାନ ଭବିଷ୍ୟତ

1 min
109



ଅତୀତ ଡାକୁଛି ମନରେ ଭାବୁଛି

ଫେରିବାକୁ ପିଲା ଦିନ,

ସ୍ମୃତି ରେ ସାଇତା ପିଲାଦିନ କଥା

ଆଜିବି ଝୁରୁଛି ମନ ।୧।


ମନ ଖୁସି ଥିଲା ଦୁଃଖ ତ ନଥିଲା

ସୁଖେ ଦିନ ବିତୁଥିଲା,

ପାଠ ପଢା ବେଳ ସାଙ୍ଗ ସାଥୀ ମେଳ

ନାହିଁ କାହିଁ ହଜିଗଲା ।୨।


ଗଲା ଦିନ ପାଇଁ ମନ ନ ବଳାଇ

ଚାଲ ବର୍ତ୍ତମାନ ନେଇ,

ଧର୍ମ, କର୍ମ କରି ପୂଣ୍ୟ ଥିଲେ ଭରି

ଥିବ ସଦା ସାଥୀ ହୋଇ ।୩।


ହୋଇ ନଥାଏ ଜୀବନେ ମୁକତି

ମାୟାରେ ଯେ ଯାଏ ପଡି,

ସଂସାର ବନ୍ଧନ ଅଟେ ଅଳ୍ପଦିନ

ନୁହେଁ ସରଗକୁ ସିଡି ।୪।


ସିଡି ଦେଲେ ବାନ୍ଧି ଭକ୍ତି ଭାବ ଛନ୍ଦି

ଭବିଷ୍ୟତ ପାଇଁ ବାଟ,

ମାତୃ ଗର୍ଭେ ଥାଇ ଥିଲି କଥା ଦେଇ 

ରକ୍ଷା କୁ ନାହିଁ ଶଙ୍କଟ ।୫।


ଶଙ୍କଟ ନ ଥାଏ ଆଗକୁ ବଢାଏ

ପାଇଲେ ପ୍ରଭୁ କରୁଣା,

ଘଟ ଛାଡି ଆତ୍ମା ପାଏ ପରମାତ୍ମା

ଜୀବନ ଶେଷ ଠିକଣା ।୬।



Rate this content
Log in