STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଅତି ବିଳମ୍ବ ହୋଇନାହିଁ

ଅତି ବିଳମ୍ବ ହୋଇନାହିଁ

1 min
136


କୁରୁସଭା ତଳେ ଆତୁରେ

ଡାକଦେଲା ଯାଜ୍ଞସେନୀ

ଏତେ ବିଳମ୍ବିତ କିଆଁ   ହେଲା ଚକ୍ରପାଣି  ।।


ବିଳମ୍ବତ ଏତେ ହୋଇନି

ଶୁଣ ଆଗୋ ପ୍ରୀୟ ସଖୀ

ସଫେଇ ଦିଅନ୍ତି କୃଷ୍ଣ   କୃଷ୍ଣା ପାସେ ବସି   ।।


ଯଶୋଦା ନନ୍ଦନ କୁହନ୍ତି

ଛନ୍ଦ ଜାଣେ ନାହିଁ ସଖୀ

ଯେବେଳେ ଡାକିଲ ତୁମେ  ଆତୁରିତ ହୋଇ  ।।


ତକ୍ଷଣେ ବୈକୁଣ୍ଠ ପୁର

ତେଜିଲି ଶୁଣି ଚିତ୍କାର

ଏତେ ବିଳମ୍ବିତ କେବେ  ହୋଇନି ମୋହର   ।।


ଏଇତ ଆରମ୍ଭ ମାତ୍ର

ସୂର୍ଯ୍ୟ ହେଇ ହେଲେ ଅସ୍ତ

ରାଈ ବିନୋଦିନୀ କୁଞ୍ଜେ  ଖୋଜି ଅସ୍ତ ବ୍ୟସ୍ତ  ।।


ରାତ୍ର ଆସି ଅର୍ଦ୍ଧ ହେଲାଣି

ସଖୀ କୃଷ୍ଣ ଗଲେ କାହିଁ

ଏ କୁଞ୍ଜ ଛାଡି କା କୁଞ୍ଜେ ଉଭା, ହେଲେ କି ଗୋସାଇଁ  ।।


ତୁଙ୍ଗଭଦ୍ରା କହୁଛନ୍ତି

କିପାଇଁ ବିକଳ ସଖୀ

ବିଳମ୍ଵତ ହୋଇ ନାହିଁ    ଆତୁର କାହିଁକି   ।।


ଏତେ ତ ବିଳମ୍ବ ଜମା

ହୋଇନାହିଁ ଆରେ ବାମା

ଆସିବେ ନାଗର ଚିନ୍ତା ନକର ରେ ଜେମା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍