STORYMIRROR

Bunee Tripathy

Others

3  

Bunee Tripathy

Others

ଅତି ଆପଣାର

ଅତି ଆପଣାର

1 min
192


ବହୁଦୂର କରି ଅତିକ୍ରମ

ଖୋଜେ ମୋର

ସେହି ଅପଣାର ଭୂଇଁକୁ

ମହୋଦଧି - ପ୍ରାନ୍ତେ

ନିହାତି ଏକାନ୍ତେ

ମହମହ ବାସୁଥିବ ତୁଳସୀ ଚନ୍ଦନ

ସମୀରେ ଅଗୁରୁର ବାସ

ମନେ ହୁଏ ଭକ୍ତିର ନିବାସ।


ପ୍ରଥମେ ମୋ ପାଦ ଯେବେ

ଛୁଇଁଦିଏ ଭୂମିକୁ ତାହାର

ଖେଳିଯାଏ ମନେ

ଏକ ଅଫୁରନ୍ତ ଆନନ୍ଦ ଲହରୀ

ପୂରୁବ ଆକାଶେ ଯେବେ

ହୁଏ ଉଦଭାସିତ

ବାଳ ସୂରୁଜର ପ୍ରଥମ କିରଣ

ସ୍ପର୍ଶ କରେ ମହୋଦଧି ତଟ

ଭାସି ଆସେ ସବୁଜ ବନାନୀ ମଧ୍ଯୁ

ଵେଦର ସେ ଓଁକାର ଧ୍ବନି

କିଛି ଦୂରୁ ଆଉ ମଧ୍ଯ ଶୁଭେ

ଆଲ୍ଲା ହୋ ଆକବର ଧ୍ବନି

ଯେଉଁଠାରେ ପୂଜା ହୁଏ

ବେଦ,ବାଇବେଲ, କୋରାନ,ଗୁରୁଗ୍ରନ୍ଥ

ସେ ଭୂଇଁ ଅଟଇ ପୂଣ୍ୟ ପବିତ୍ର।


ବଣମାଳତୀର ବାସ୍ନା

ଆମ୍ବବଉଳର ଗନ୍ଧ

ଭ୍ରମରର ଗୁଣୁଗୁଣୁ ସ୍ୱର

କୋଇଲିର କୁହୁତାନ

ପ୍ରଗଳଭା ତଟିନୀର ଗନ୍ଧ

ସବୁ ଆଜି ଶୁଭୁଅଛି

ସ୍ମୃତିର ମାନସପଟୁ

ହୃଦୟ କନ୍ଦରେ ଥରେ

ଆଙ୍କି ହୋଇଯାଏ ଯେବେ

ସ୍ନିଗ୍ଧ ବନଭୂମି

ଶୁଦ୍ଧ ସମୀର

ଲାଳିତ୍ୟର ମଧୁଛନ୍ଦ

ବୀଣାର ଝଙ୍କାର

ସୌଦାମିନୀର ଚମକ

ସବୁର ସଙ୍ଗମ ଯହିଁ

ତାହା ମୋର ପ୍ରିୟ ଭୂଇଁ।


ତାର ଧୂଳିକଣା

ଦେହେ ମୋର ବୋଳି ହୋଇ

ଚେତାଇ ସେ ଦିଏ

ମାଆ-ମାଟି-ମମତାର

ସେହି ନୈସର୍ଗିକ ପ୍ରେମ

ଯେଉଁଠାରେ ଚାନ୍ଦୁଆ ତ

ବିସ୍ତୀର୍ଣ୍ଣ ଗଗନ

ଆଲଟ ଚାମର ପରା ଶିଖିର ସେ ପୁଚ୍ଛ

ଶଶିର ଶୀତଳ ଜୋଛନା

ଅନ୍ଧାରକୁ କରେ ନାଶ

ବରଷା ଯେ ଧୋଇଦିଏ

ଭୂଇଁକୁ ମୋହର

ସେହି ମୋର ଅତି ଆପଣାର।



Rate this content
Log in