STORYMIRROR

DHARITRI SAHU

Others

4  

DHARITRI SAHU

Others

ଅସ୍ତିତ୍ବ ଓ ଅପମାନ"

ଅସ୍ତିତ୍ବ ଓ ଅପମାନ"

1 min
298


ନିଜର ଅସ୍ତିତ୍ବ ପାଖରେ ରଖିଲେ

ମାନ ଅପମାନ ଶରୀର ଛୁଏଁ

ଅସ୍ତିତ୍ବ ନିଜର ହରାଇ ବସିଲେ

ଆସେ ଯେଉଁ ବାଟେ ଫେରିବି ଯାଏ।


ରକ୍ତ ମାଂସ ଗଢା ଶରୀର ଭିତରେ

ସଚେତନ ସଦା ରହିବା କଷ୍ଟ,

ଅବଚେତନା ଟା ଘେରି ରହିଥାଏ

ହୃଦୟ ରୁ ରକ୍ତ ବହଇ ସଦ୍ୟ।


ଯେତେ ସ୍ନେହ ଶ୍ରଦ୍ଧା ଯାହାକୁ କରିବ

ସିଏ ସେତେ କଷ୍ଟ ଦେବ ତୁମକୁ,

ଅଯାଚିତ ସ୍ନେହ ପ୍ରଦାନ ର ମୂଲ୍ୟ

କିଏ କାହିଁ ଏଠି ବୁଝିବ ସବୁ।


ଅପମାନ କେବେ ଗୁରୁ ଗୁରୁଜନେ

କରିବାଟା ପାପ ଭୂଲ୍ ଏ ତଥ୍ୟ,

ପ୍ରମାଣ କଲାଣି ଆଜିର ସମାଜ

ସମାଜେ ନାଚନ୍ତି ଯେଉଁ ଉଦ୍ଧତ୍।


ସହରର ପରିବେଶେ ଯେଉଁ ବିଷ

ଭରିଛି ସେ ବିଷ ନାହିଁ ଗାଁ ରେ,

ଶିଷ୍ଟାଚାର ଶାଳୀନତା ଟିକେ ଅଛି

ଭଦ୍ର ଅଭଦ୍ର ର ପ୍ରକାଶ ମିଳେ।


କରମ ଘେନିଣ କରମଙ୍ଗା ଫଳେ

ଏକଥା କୁହନ୍ତି ପୂର୍ବ ପୁରୁଷ,

ପ୍ରାରବ୍ଧର କର୍ମ ଭୋଗିବାକୁ ପଡେ

ଅପମାନ ଅବା ଶରୀର କଷ୍ଟ।


ହେ' ପ୍ରଭୁ ଯଦି ସଭିଙ୍କ ହୃଦୟେ

ଭରି ରହିଅଛ ସ୍ଥାନ ଆବୋରି,

ପ୍ରାର୍ଥନା କରୁଛି ତୁମ ପାଦତଳେ

ସହିବାକୁ ଧର୍ଯ୍ୟ ଦିଅହେ ଭରି।


ସଂସାର କରିବା ଶିଖି ବାକୁ ଆଜି

ପଡୁଛି ଷାଠିଏ ବରଷ ପରେ,

କେଉଁ କର୍ମ ବଳେ ଏତେ ଅପମାନ

ଦେଉଛ ହେ ପ୍ରଭୁ କହିବ ଥରେ।


କେଉଁ ପରକାରେ ଜୀବନ ଜୀଇଁଲେ

ତୁମରି ବିଶ୍ଵାସ ପାରିବି ଜିତି,

ମାନ ଅପମାନ ସବୁକୁ ସହଜେ

ତୁମ ପରଶରେ ମୁଁ ପିଇ ଯିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍