STORYMIRROR

Smruti Ranjan Tripathy

Others

2  

Smruti Ranjan Tripathy

Others

"ଅସ୍ଥି" - ୨

"ଅସ୍ଥି" - ୨

1 min
226



ଟିକେ ଅପେକ୍ଷା କର !

ଏଇ ସାଥେ ସାଥେ ପଥଶ୍ରାଦ୍ଧର ରୋଷଣିରେ କେହି ଆସିଛି କୋକେଇରେ ମାୟାଜାଲରେ

ବାଷ୍ପରୁଦ୍ଧ କଣ୍ଠ.. ରାମ ନାମ ସତ୍ୟ ହେ' ର ମନ୍ତ୍ରରେ କିଏ ଚିର କାଳ ପାଇଁ ବିଶ୍ରାମ ନେଉଛି....


ଏଇ ସାଙ୍ଗେ ସାଙ୍ଗେ ଦାହ କରାହୋଇଛି ମୁରବୀ ପଣିଆର ମୁକୁଟ

ଅନାବୃତ ହେଉଛନ୍ତି ମୋହ ମାୟା ସବୁ ଜୀବନର ଅପ୍ରିୟ ସତ୍ୟରେ

ଜୁଇର ଉଚ୍ଚତାରେ ସ୍ପଷ୍ଟ ବାରି ହୋଇ ପଡୁଛି ଆୟୁଷ କେତେ ସମ୍ଭ୍ରାନ୍ତ

କେହି ଅଲକ୍ଷରେ ଚେତେଇଦେଉଛି ହାଡ଼ରୁ ମାଉଁସ ଅଲଗା ହେଲେ "ଅସ୍ଥି" ରହିଯାଏ ଏକାଏକା

କାହା ସ୍ବପ୍ନ, ଅବଶୋଷ ସବୁ ଅପସରି ଯାଉଛି , ଠିକ ଅମାବାସ୍ୟାର ଚନ୍ଦ୍ର ଭଳି, ଫିକା ଫିକା.. ଆହୁରି ଫିକା..


ଏବେ ଆସିପାର!

ଦେଖ! ବେଲଗାମ ଅଗ୍ନିଶିଖାର ସବାରୀରେ

ସବୁ ଉନ୍ମାଦ ଶିହରଣ ଉପସ୍ଥିତ ଜୀବନର ଅନ୍ତିମ ଯାତ୍ରାରେ

କିଏ ଫେରିବ ଏକାମୁହାଁ ହୋଇ, କେହି ରହିଯିବେ ଶେଷ ସନ୍ତକ ପାଇଁ, ଏଇ ବୋଧେ ଶାସ୍ତି

ପାଉଁଶ ଶୀତଳ ହେବା ଯାଏଁ ଆଦୃଶ୍ୟରେ କିଏ ଜଣେ ଛାଇ ଭଳି ଜଗିଥିବ

ସୂଚେଇ ଦେଉଥିବ ତା' ଅସ୍ତିତ୍ବ ପାଉଁଶ ତଳର ନିଆଁକୁ, ସେଇ ଉତ୍କଟ ନୀରବତାକୁ

ମାଟିର ମଣିଷ ମାଟିରେ ମିଶିଗଲାପରେ ମାଟି ସରାରେ ସାଉଁଟା ହୁଏ ଖାଲି " ଅସ୍ଥି"....


ଘରର ମେରୁ ହାଡ ଆଜିଠୁ ଗଣା ହେବେ " ଅସ୍ଥି" ନାମ'ରେ

କେଉଁ ଅଲୋଡା ପରିତ୍ୟକ୍ତ ସ୍ଥାନ ହେବ ତାଙ୍କ ନୂଆ ଠିକଣା

କିଛି ଦିନ ଲୋଡ଼ାଯିବେ ସଦ୍ୟ ଅତିଥିର ପୁର୍ଣ ମର୍ଯାଦାରେ

କିଛି ଦିନ ବାରମ୍ବାର ଉଚ୍ଚାରିତ ହେଉଥିବ ଯଶ ଖ୍ୟାତି, ପାଉଥିବେ ଅମରତ୍ୱ ପ୍ରାପ୍ତି

ପୁଣି ପାସୋରା ହୋଇଯିବ କାହା ସ୍ମୃତି'ର ଅଳନ୍ଧୁ ସମୟ ସ୍ରୋତରେ

କଣ୍ଠରୋଧ ହେଉଥିବ ଅସ୍ଥିମଜ୍ଜା'ର ସ୍ୱର ସୁଉଚ୍ଚ ଅଟ୍ଟାଳିକା ତଳେ ଅବା ଉଈହୁଙ୍କାର ତ୍ୱରଣରେ

ବୁଝି ହୁଏନି, ମୋ ଝାଳର ଦୁର୍ଗନ୍ଧର ଅଣନିଶ୍ୱାସୀ ହୋଇପଡୁଥିବା ଲୋକମାନଙ୍କର

ଏବେବି ମୋ ପ୍ରତି ଏତେ ଇର୍ଷା କାହିଁକି?..ମୁଁ ତ କୋଉ କାଳୁ ପାଲଟି ସାରିଛି " ଅସ୍ଥି".....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍