STORYMIRROR

Sanjya Tripathy

Others

3  

Sanjya Tripathy

Others

ଅସଂଲଗ୍ନତାର ବେଳ

ଅସଂଲଗ୍ନତାର ବେଳ

1 min
173


ଧୀର, ସଂଗୁପ୍ତ ପଦଚିହ୍ନର ବାଜଣାରେ ଆସିଲେ ସେ

ଏ ପର୍ଯ୍ୟନ୍ତ ଅପ୍ରୀତ କୌମୁଦୀ ମହକ ନେଇ

ଖେଳିଯିବାକୁ ବିଲରୁ ବନସ୍ତ- ନଦୀରୁ ମହାସାଗର

ସମଗ୍ର ବାତାବରଣରେ ସ୍ନିଗ୍ଧ ଆଲୋଡନ ଖେଳେଇ ଦେଇ

ଅଭୀଷ୍ଟ ସାଧନରେ ବ୍ରତୀ ତଥାକଥିତ ସାଧକ ମାନଙ୍କୁ ନେଇ,

ତୟାର କଲେ ସେ ବାବା ମଣ୍ଡଳୀ

ରହସ୍ୟାଦ୍ଘାଟନ ପରେ ନିମିଷକେ ଅନ୍ତର୍ହିତ ହେଲ ସେ

ଛାଡି ଦେଇ ମିଥ୍ୟ, ପ୍ରତାରଣାର ବିସ୍ତୃତ ଜଙ୍ଗଲ

ସାଧାରଣ ଜନତାର ବିଶ୍ବାସରେ ବିଷ ଭରି

ଅରାଜକତାର ଶୀର୍ଷ ସ୍ଥାନୀୟ ଗୁଠୁ ବାବାଙ୍କ ଛନ୍ଦପତନରେ

ବ୍ୟସ୍ତ, ବିବ୍ରତ ଭକ୍ତ ମଣ୍ଡଳୀ-ପୁଞ୍ଜିଭୂତ ଅସନ୍ତୋଷ

ଆଗ୍ନେୟ ଉଦଗୀକରଣରେ ସର୍ବତ୍ର ଧ୍ୱଂସର ଲୀଳା

ଏ ଯାବତ୍, ଶାନ୍ତି, ମୈତ୍ରୀ, ଭାଇଚାରାର ଭାବରେ ଉଦ୍‌ବୁଦ୍ଧ

ସେ ଅପହଞ୍ଚ ଇଲାକାରେ କୁହୁଡି ଝଡର ପୂର୍ବାଭାସ

ସେ ବିସ୍ତୃତ ପ୍ରାନ୍ତରର ପ୍ରତିଟି ରେଣୁ କଣାରେ ମାନବାଦର

ଉନ୍ମେଷ ଓ ଉତ୍ତରଣ

ଭୋକର ମାନଚିତ୍ରରେ ସେ ସୀମାନ୍ତବର୍ତ୍ତୀ ଇଲାକାକୁ

ପ୍ରାପ୍ତିର ଭୂଗୋଳରେ ସେ ଏକ ବେଥୁଭରା ଆତ୍ମନେପଦୀ

ସର୍ବୋପରି ନିଷିଦ୍ଧାଞ୍ଚଳରେ ସେ ଏକ ମଧୁର ସ୍ଵାନ ଭରା

ଶ୍ରାବଣୀ କବିତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍