ଅସୀ ଠାରୁ ମଶୀ ବଡ
ଅସୀ ଠାରୁ ମଶୀ ବଡ
ଅସୀ ଠାରୁ ଶକ୍ତି ବାନ,
ପବନ ଠାରୁ ବେଗବାନ୍
ହେ ମୋର ପ୍ରୀୟ ମଶୀ ତୁ ଆଗେଇ ଚାଲ ।
କାହିଁ କେଉଁ କାଳୁ ତୁ ବାଣ୍ଟି ଆସୁଅଛୁ
ଜ୍ଞାନର ସୁରଭି
ଯୁଗେ ଯୁଗେ ସତ୍ୟ, ଧର୍ମ, ନ୍ୟାୟ ର ପଥ ଦେଖାଇ ଆସିଛୁ
ଜ୍ଞାନର ଦୀପାଳୀ ଜାଳି ।
ତୋରି ପାଇଁ ଅତିତ ଗାଥା
ଇତିହାସ କଥା
ଆମରି ସାମ୍ନାରେ ।
କେତେବେଳେ ତୁ ପ୍ରେମିକାା ପାଇଁ ଚିଠି ଲେଖିଛୁ
ତ କେବେ ପୁଣି ଦେଇଛୁ ବିରହର ଯନ୍ତ୍ରଣା ।
କେବେ ତୁ ମୈତ୍ରୀର ସନ୍ଦେଶ ପତ୍ର ଲେଖିଛୁ
ତ କେବେ ଯୁଦ୍ଧର ସ୍ବାାକ୍ଷର ବହନ କରିଛୁ ।
କେବେ ତ ମିଠା ସ୍ପର୍ଶରେ ପ୍ରେମିକ ରୋମାଂଚିତ ହୋଇଛି
ତ କେବେ ପୁଣି ସ୍ବାଧିନତା ସଂଗ୍ରାମୀ ମନରେ ଜଳାଇଛୁ
ବିପ୍ଳବର ଜୁଇ ।
ତୁ କେବେ ବି ଯାଇନୁ ଡରି
ଅନିତୀ ଆଗରେ
କେବେ ବି ଯାଇନୁ ଡରି
ଦାରିଦ୍ର୍ୟର ଉତ୍କଟ ଅନ୍ଧାରେ ।
ସର୍ବଂସହା ହେ କଲମ ମୋର
ନ ଯାଆରେ ଥକି
ଆଗେଇ ଚାଲ ତୁ
ଧର୍ମ ପଥେ
ନ୍ୟାୟ ପଥେ
ଆଗକୁ ଆଗକୁ .।
