ଅସହାୟ ଓଡ଼ିଆ(୧)
ଅସହାୟ ଓଡ଼ିଆ(୧)
ଶୁଣ ଭାଇ ଶୁଣରେ ଆଜି
ଓଡ଼ିଆ ଭାଷା ତ ଯାଇଛି ହଜି,
ମାତୃଭାଷା ତ ଯାଉଛି ଭାସି
ପରର ଭାଷାକୁ ଦେଉଛେ ଘୋଷି।।(୧)
ଯିଏ ଆମକୁ କଲେ ଶାସନ
ତାଙ୍କ ପାଇଁ କିମ୍ପା ବଳୁଛି ମନ,
ଲୁଟିନେଲେ ଯିଏ ଆମ ଦେଶକୁ
ଆମେ ଘୋଷୁଛନ୍ତି ପୁଣି ତାଙ୍କ ଭାଷାକୁ।।(୨)
ଓଡିଆ ଭାଷାର ଆଉ ନାହିଁ ସମ୍ମାନ
ଓଡ଼ିଆ ପୁଅ ପାଏ ଖାଲି ଅପମାନ,
ଆମେ ଘୋଷୁଛେ ଭାଷା ଆଉ କାହାର
ନିଜ ଭାଷାକୁ କରି ଅନାଦର।।(୩)
କେତେ ବୀର ଥିଲେ ଆମ ଜାତିର
ରଖିଥିଲେ ଟେକ ମାତୃଭାଷର,
ମାତୃଭାଷକୁ ସେମାନେ ଭଲପାଇ
ଯାଇଛନ୍ତି କେତେ ଚାବୁକ ପାହାର ସହି।।(୪)
ଆମେ କାଇଁ ନୁହଁନ୍ତି ତାଙ୍କ ପରି
ଆମ ଦେହେ ବୋହୁନି କି ଓଡ଼ିଆର ରକ୍ତ ଝରି,
ଯେବେ ନିଜ ଅନ୍ତରରୁ ଦିବ୍ୟବାଣୀ ହେବ
ସେବେ ଓଡ଼ିଆ ପୁଅ ସଂଗ୍ରାମ ଚଳାଇବା।।(୫)
ମାତୃଭାଷା ସମଗ୍ର ଓଡ଼ିଆ ଜାତିର
ଯିଏ କରେ ଅନାଦର ତାକୁ ଧିକ୍କାର,
ମାତୃଭାଷ ପାଇଁ ନାହିଁ ଯା ହୃଦେ ପ୍ରେମ
ସେ ସତେ ଜଣେ କାପୁରୁଷ ସମ।।(୬)
ମାତୃଭାଷା ପାଇଁ ପ୍ରେମ ଯାହା ହୃଦେ ନାହିଁ
ଜ୍ଞାନୀ ହୋଇବି ଅଜ୍ଞାନ ସେହି,
କେତେ ଇତିହାସ ଅଛି ଓଡ଼ିଶାର
ଗୌରବ ଯେ ସେ ଆମ ଓଡ଼ିଆ ଜାତିର।।(୭)
ଆମ ମାତୃଭାଷା ପରି ବ୍ରହ୍ମାଣ୍ଡେ ନାହିଁ,
କୋଟିଏରେ ଗୋଟିଏ ଏହି।।(୮)