STORYMIRROR

Anita Dash

Others

4  

Anita Dash

Others

ଅଶାର କିରଣ

ଅଶାର କିରଣ

1 min
209


ବାଳ ସୂରୁଜର ରଶ୍ମିରେ ଝଲସେ

ଚାନ୍ଦର ଚାନ୍ଦନୀ ଆଭାରେ ବିକାଶେ ।


ସପ୍ତରଙ୍ଗୀ ଇନ୍ଦ୍ରଧନୁରେ ପ୍ରକଟେ

ଚକିତ ଚପଳା ଚମକେ ପ୍ରକାଶେ ।


ଶିଶୁର ନିରୀହ ହସରେ ଝଟକେ

ମାଆର ସେନେହ ଧାରାରେ ଛଟକେ।


ବାପାଙ୍କ ଆକଟ ଆଖିରେ ଅଟକେ

ପ୍ରିୟାର ଓଢଣା ଫାଙ୍କରେ ଲଟକେ।


କେବେ ଖସୁଥିବା ତାରା ଆକାଶର

କେବେ ମରୀଚିକା ଭ୍ରମ ପଥିକର।


କେବେ ଚକୋରିର ବିରହ ଭାବନା

ଉଆଁସକୁ ମାଗେ ଜହ୍ନର ଠିକଣା।


କେଉଁଠାରେ ମୃଗ ନାଭିର କସ୍ତୁରୀ

ସୁଗନ୍ଧ ମାୟାରେ ଭ୍ରମେ ଘିରିଘିରି ।


କାହାପାଇଁ ମନ ଶାମୁକାର ମୋତି

ଦେହ ଛାଡ଼ିଦିଏ ହୃଦୟେ ସାଇତି।


ବିରହୀ ବିଧୂରା ପିଆସି ଚାତକି

ବରଷା ଆଶାରେ ଜୀଉଁଥାଏ ନୀତି।


ଅଶାର କିରଣ କାହିଁ କେତେ ଦୂର

କେବେ ପାଶେ ଆସି କେବେଯାଏ ଦୂର।


ଆଶା ନିରାଶାର ଖରା ଛାଇ ଖେଳ

ଖେଳୁ ଖେଳୁ କେବେ ପୂରି ଯାଏ କାଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍