ଅଶାନ୍ତି ଜୀବନ
ଅଶାନ୍ତି ଜୀବନ
ଶାଶୁଟି ମୋର ଯେ ନିତି କଳି କରେ
ସ୍ୱାମି କରେ ମଦ୍ୟପାନ
ଶଶୁର ଯେ ବସେ ମୁହଁକୁ ଫୁଲେଇ
ନଣନ୍ଦ ଛାଡେ ଯେ ବାଣ ।
ଦେଢଶୁର ମୋର ଭାରି ସ୍ୱାର୍ଥପର
ଯାଆ ମନରେ ଭାରି ହିଂସା
କେଉଁଥିରେ କିଛି ଭୁଲ ହୋଇଗଲେ
କରେ ମୋତେ ଲୋକ ହସା ।
ସାନ ଯ଼ାଆଟି ମୋର ଭାରି ଯେ ଫୁଲେଇ
ହୁଏ ସେ ନିତି ଫେସନ୍
ସୁହଁଁ ପାଉଡର କମ ହୋଇଗଲେ
ହାରି ଦିଏ ସନମାନ ।
ଦିଅର ଯେ ମୋର ନିତି ସଞ୍ଜେ ଫେରେ
ଶୁଣେ ନାହିଁ ମୋର କଥା
କେତେବେଳେ ତାଙ୍କୁ ପଦେ କହିଦେଲେ
ଖାଇ ଯିବେ ମୋର ମଥା ।
ଏମିତି ଘର ମୁଁ ପାଇଛି ଜୀବନେ
ସବୁଦିନ ଯେ ଅସାନ୍ତି
ବରଷ ବରଷ ବିତାଇ ଚାଲିଛି
ଟିକେ ହେଲେ ନାହିଁ ମୁକ୍ତି ।