STORYMIRROR

pratap nayak

Others

3  

pratap nayak

Others

ଅଶାନ୍ତି ଗଜଲ

ଅଶାନ୍ତି ଗଜଲ

1 min
26.8K


ଅଶାନ୍ତି ଗଜଲ. ପ୍ରତାପ ନାୟକ

,,,,,,,,,,,,,,,,,,,,,, 7008054282

ଅଶାନ୍ତି ଗଜଲ ଶୁଣାଅନା ମୋତେ

ବ୍ୟତିରକେ ତୁମ ବଂଚିବା ଗଲିଣି ଶିଖି......

ଡେଇଁକି ଛିଡାଅ ବେସୁରା ବୀଣାକୁ

ହତାସ ଆବାଜ ଉଡାଅ ଓଠରେ

ଚିହ୍ନିଲିଣି ମୁଁ ଯେ ତୁମେ ମୋର ନୁହଁ ସଖୀ....


ସେଦିନ କଂକଣ ବାଜିକି ଡାକିଲା

ହୃଦୟ ତନ୍ତ୍ରୀ ମୋ ଧଡପଡ ହେଲା.....

ବାୟା କଲା ମୋତେ ତୁମରି ଗଜଲ

ମତୁଆଲା ହେଇ ଯାଣି ପାରିଲିନି

ଭାବି ପାରିଲିନି ସିଏତ ମୋ ପାଇଁ ନଥିଲା...


ଫେରିକି ଆସିଲେ କଦମ୍ବ ଉହାଡେ

ମନାକଲା ସିଏ ଅସଜ ଲୁଗାରେ ....

ହେଇ ପାରିବନି ତୁମର କେବେ ସେ

ଦେଇ ପାରିବନି ସନ୍ଧ୍ୟାଧୂପ ସିଏ

ସମ୍ପର୍କର ଡୋରି ବାନ୍ଧିଛି ଆଉ କା ସାଥିରେ....


ମନେପଡିଗଲା ଭୁଲେଇବ ମତେ

ଦେଇ ଅଳଙ୍କାର ତୁମ ଗଜଲରେ...

ଭୁଲିଛି ଗଜଲ୍ ଛାଡିଛି ଝଙ୍କାର

ସାଜିଛି ତରୁଣୀ ଆଉ କା ବସାର

ଅଶାନ୍ତି ଗଜଲ ଶୁଣାଅନା ମୋତେ

ଚାଲିଯାଅ ତୁମ ବାଟରେ.....

ଚାଲିଯାଅ ତୁମ ବାଟରେ.....


Rate this content
Log in