STORYMIRROR

SARATA KUMAR DAS

Others

2  

SARATA KUMAR DAS

Others

ଅଶାନ୍ତ ଉପତ୍ୟକା

ଅଶାନ୍ତ ଉପତ୍ୟକା

1 min
206



ବିଷାଦ ବଳୟେ ଘୂରି ମୁଁ ବୁଲୁଛି

ସାହାରା ଟିକିଏ ପାଇଁ,

ବୈଶାଖୀର ଝଡ ତତଲା ପବନ

ହୃଦୟକୁ ଭାଙ୍ଗୁ ଥାଇ ।।


ଭଲ ପାଇଥିଲି ଫୁଲକୁ ମୁଁ କେତେ

ଫୁଲ ତ ବୁଝିଲା ନାହିଁ,

ମନ ଦେଇଦେଲା ଭଅଁରକୁ ସିଏ

ମଧୁ ଶୋଷି ନେବା ପାଇଁ ।।


ଅମାନିଆ ମନ ଉଡି ଉଡି ଯାଏ

ମାନେନା ବାଧା ବନ୍ଧନ,

ନୀଳ ସାଗରର ନୀଳ ଉର୍ମିମାଳା

କରେନାହିଁ ଆଲିଙ୍ଗନ ।।


କେତେ ମଧୁରତା କେତେ ଆତ୍ମୀୟତା

ହଜିଯାଏ ଧୀରେ ଧୀରେ,

ମାନବ କାହିଁକି ଦାନବ ସାଜିଛି

ମିଛ ମାୟା ସଂସାରରେ ?


ପଚାରେ ଜହ୍ନକୁ ପଚାରେ ତାରାଙ୍କୁ

ପଚାରେ ନିଜକୁ କେବେ,

ମଣିଷ ଭିତରେ ପଶୁତ୍ବର ଭାବ

ରହିବ କି ଯୁଗେ ଯୁଗେ !


କେତେ ନିଷ୍ଠୁରତା ନିଷ୍କରୁଣ ଭାବ

ପୂର୍ଣ୍ଣ ମଣିଷ ଅନ୍ତରେ,

ଅମୃତ ଚେତନା ପୂଣ୍ୟ ର ବିଚାର

ଲିଭେ ପାପର ଅନ୍ଧାରେ ।।


ମଣିଷ ଖୋଜୁଛି ମଣିଷ ମାଉଁସ

ପ୍ରଳୟର ବହ୍ନି ଜଳେ,

ଗୁମୁରି ଗୁମୁରି କାନ୍ଦୁଛି ଅହଲ୍ଯା

ପାଷାଣର ବୁକୁ ତଳେ ।।


ଆଲୋକର ରଂଗ ବଦଳି ଗଲାଣି

ମଳୟରେ ନାହିଁ ବାସ୍ନା,

ଜହ୍ନର ଜୋଛନା ସାଗର ମୂର୍ଚ୍ଛନା

କରେ ନାହିଁ ଆନମନା ।।


ବରଷା ଯାଇଛି ବସନ୍ତ ଯାଇଛି

ଅସହ୍ୟ ଗ୍ରୀଷ୍ମ ର ତାତି,

କେତେ କୁଂଜବନ କେତେ ବଂଶୀ ସ୍ବନ

କବଳିତ କାଳରାତ୍ରି ।।


ସାମ୍ୟ-ଶାନ୍ତି-ମୈତ୍ରୀ-ଏକତା-ଭାତୃତ୍ବ

ବେଦର ଓଁ କାର ଶବ୍ଦ,

ନିଷ୍ପ୍ରଭ-ନିସ୍ପନ୍ଦ-ନିଷ୍କ୍ରିୟ-ନିସ୍ତେଜ

ରକ୍ତର ହୋଲି ଚୌଦିଗ ।।


ହେ ଅମୃତ ସନ୍ତାନ ! ବେଦ ସମ୍ଭୁତ

ସୌମ୍ଯ ସଉରଭ ଦୀପ୍ତି,

ଛିନ୍ନକର ବିଷଚକ୍ର,ନର୍କପଥ

ଭରିଦିଅ ସ୍ନେହ ପ୍ରୀତି ।।

------------'--

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ।


Rate this content
Log in