STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଅସାନୀ

ଅସାନୀ

1 min
159


ଆଈ କରୁଥିଲେ ବଡି଼ ଆଚାର

ଅଦିନ ମେଘରେ ଗଲା ତାହାର ।


ମୁଣ୍ଡେ ହାତ ଥୋଇ ଆଈ ବସିଲା

ଏମିତି କାହିଁକି ତାର ହୋଇଲା।


ନିଜକୁ ଭାବିଲା ତାର ନାତିଆ

ଅସାନୀ ଆସୁଛି ହେବ ବାତିଆ।


ବୁଝିଲିନି ତାର କଥାକୁ ଯମା

ଯେମିତି ହୃଦୟ ମୋର ନିକମା।


ବଡି଼ ଓ ଆଚାର ତିଆରି କଲି

ଏବେ ସବୁଗଲା ପାଖରୁ ଚାଲି।


ସବୁରି ଦୋଷ ତ ମୋହର ଏକା

ନ ଶୁଣିବା ଯୋଗୁଁ ପାଇଲି ଧୋକା।


ଧନ୍ଯରେ ଅସାନୀ ତୁମର ଭାଉ

ପରତି ବରଷ ଏମିତି ହେଉ।


ମଇ ମାସ ହେଲେ ହୁଅଇ ଭୋକ

ବନ୍ଯା ବାତ୍ଯା କରି ଦେଉଛୁ ଶୋକ।


ଉଡି଼ଗଲା ଚାଳ ପଚିଲା ବଡି଼

ଦରଦର ପାଣି ଖେଳେ ଲହଡି଼।


ସବୁକୁ ତ ନେଲୁ ବଞ୍ଚାଇ ମୋତେ

ସଂସାର ମେଲେଇ ହେବ କେମନ୍ତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍