STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ଅସ୍ୱୀକାର

ଅସ୍ୱୀକାର

1 min
203


ନା' ବୋଲି କହିଦେଲେ ସୁକୁମାରୀ ଫୁଲ

ପ୍ରଜାପତି ହୁଏ ବାଟବଣା

ମହୁ ବଦଳରେ ପିଇନିଏ ବିଷ..!!


ସମୁଦ୍ର ଆଖିରେ ଉଠେ ଅଦିନିଆ ଝଡ଼

ଝଡ଼ ବିଶ୍ୱାସଘାତକ

ବଦଳାଏ ଆପଣାର ରୂପ ରଂଗ ମୋଡ଼

ନିଶ୍ଚିହ୍ନ କରିବାକୁ

ବେଳାଭୂମି ପାଦଚିହ୍ନ

ଭାଂଗେ,ଅସ୍ତିତ୍ବ ଛାତି ହାଡ଼..!!


ନା' ବୋଲି କହିଦେଲେ ଅଳସୀ ସଂଜ

ରକ୍ତ ନଈ ସରୁ ଓଠ ଧାରେ

ନିଶାସକ୍ତ ହୋଇ ଫେରେ ସ୍ୱପ୍ନଖୋର ପକ୍ଷୀ

ଶୂନ୍ୟ ଚଞ୍ଚୁ ନେଇ

ଶୂନ୍ୟତାର କଳସ ମୁଣ୍ଡେଇ..!!


ଜାଣେ, ଆକାଶ ଛାତିରେ

ସବୁ ସ୍ୱପ୍ନ ଯାଚନ୍ତିନି ହସର ଫରୁଆ

ସବୁ ପ୍ରେମ ଲେଖନ୍ତିନି ନୂଆ ଇତିହାସ

ପ୍ରାୟୋଜିତ ନିଶା ପେଶା ଦିଶା ଭିନ୍ନାଭିନ୍ନ ଏଠି

ଚହଲା ପାଣି

ନା' କହି ପୋତିଦେଲେ ଆଖି,ପ୍ରେମ ଦ୍ଵି-ପାଦ ଧୂଳି ମାଟି..!!


ସେଇ ଦ୍ଵି-ପାଦ ମାଟିରେ ମୋର ପ୍ରେମ ଡେଣା ମେଲେ

ମିଳନ ନୁହେଁ, ବିଚ୍ଛେଦରେ ମୁକ୍ତି

ପ୍ରାପ୍ତି ନୁହେଁ, ଅପ୍ରାପ୍ତି ହିଁ ଚରମ ତୃପ୍ତି ,

ମୋର ସେଇ ମାର୍ଗ ଖୋଲେ..!!


ତୁମ ଅସ୍ୱୀକାରେ 

ଦୀର୍ଘଜୀବୀ ହୁଏ ମୋର ପ୍ରେମର ଆୟୁଷ

ତୁମ ବିରହରେ 

ଭୋଗୁଥାଏ ମୁଁ ଚିରକାଳ ସବୁଜ ଆଶ୍ଳେଷ..!!



Rate this content
Log in