STORYMIRROR

Anam Charan Sahoo

Others

5.0  

Anam Charan Sahoo

Others

ଅର୍ଦ୍ଧାଙ୍ଗିନୀ

ଅର୍ଦ୍ଧାଙ୍ଗିନୀ

1 min
269



ତୁମେ ମୋ ଅର୍ଦ୍ଧାଙ୍ଗ ଚଲାପଥ ସଙ୍ଗ

ହସ୍ତ ଧରିବାର ଦିନୁ

ଦେବାପାଇଁ କିଛି ପାଶେ ମୋର ନାହିଁ

ନିରୁତା ପେରେମ ବିନୁ ।

ତୁମେ ମୋର ରାହା ଦରକାର ଯାହା

ବିନା ସ୍ବାର୍ଥେ ଦିଅ କରି

ମାଗି ନାହଁ କିଛି ଦୁଃଖ ନିଅ ବାଣ୍ଟି

ଆଞ୍ଜୁଳାରେ ସୁଖ ଭରି ।

ମନ ମୁକୁରରେ ଦେବତା ରୁପରେ

ପୂଜା କର ଯଥାବିଧି

କରିଛ ଆପଣା ନ ମାଗି ପାଉଣା

ପାଇଛି ମୁଁ କୋଟିନିଧି ।

ଚାଲୁଥିବା ସଦା ଜୀବନର ରାସ୍ତା

ହୋଇ ହସ୍ତ ଧରାଧରି

ଭଲ ପାଇବାର ଏ ଆପଣା ପଣ

ଯିବନି କଦାପି ମରି ।

ସେନେହ ପୀରତି ଯେତେ ବାଧା ହରି

ପଥ କାଢି ନେଉଥିବ

ଦୁଇଟି ଜୀବନ ଏକ ଆତ୍ମା ଜାଣ

ଏ ଦୁନିଆ କହୁଥିବ ।

ବନ୍ଧୁ ପ୍ରିୟଜନ ଏ ମାଟି ପବନ

ଝୁରୁଥିବେ ରାତିଦିନ

ଏ ଜନମ ନୁହେଁ ସାତ ଜନମରେ

ମିଶି ଯାଉଥିବ ମନ ।


Rate this content
Log in