STORYMIRROR

Sadananda Sahoo

Others

3  

Sadananda Sahoo

Others

ଅପୂର୍ବ ମିଳନ

ଅପୂର୍ବ ମିଳନ

1 min
358


 ସମ୍ପର୍କର ଡୋରି ଆଣିଛିରେ ଟାଣି 

    ସର୍ବେ ଆମେ ଏକତ୍ରିତ , 

ଶୁଭବେଳା ଲଗ୍ନ ଅପୂର୍ବ ମିଳନ 

   ସ୍ନେହଁ ପ୍ରେମେ ଆଚ୍ଛାଦିତ । 


ସ୍ମୃତି ଦୃଶ୍ୟପଟେ  ଚିତ୍ରଛବି ଭାସେ 

   ସହୋଦର ସହପାଠୀ , 

ମହାବିଦ୍ୟାଳୟ ଶିକ୍ଷା ସୌଧଘର 

   ସମ୍ପର୍କର  ଚାବିକାଠି । 


ସଭିଁଙ୍କ ପ୍ରଚେଷ୍ଟା  ସମ୍ପର୍କେ ସଦିଚ୍ଛା 

    ଦ୍ଵିତୀୟ  ବନ୍ଧୁମିଳନ , 

ପରବ ମାହୋଲ କରିଛି ବିମୁଗ୍ଧ 

    ସମ୍ବନ୍ଧର  ଆସ୍ଫାଳନ । 


ହେ'ବନ୍ଧୁ ବାନ୍ଧବୀ ସମ୍ପର୍କ ସରାଗି 

    ତବନାମ  ଉଦ୍ଭାସିତ , 

ମିଳନ ପରବ ଭାବ ଉଦ୍ଦୀପକ 

   ଦୃଶ୍ୟାତ୍ମକ ବୋଧ ଚିତ୍ର । 


ଅଜୟ ବୈଷ୍ଣବ  ବଳଭଦ୍ର ବଜ୍ର 

    ବନ୍ଧୁତାର  ନିଦର୍ଶନ , 

ଦୁଇ ଭାଗ୍ୟଧର ସମ୍ପର୍କର ଡୋର 

   ସ୍ନେହଁପ୍ରେମ ନିରାଧାର । 


ଗୌତ୍ତମ ହେମନ୍ତ ଲକ୍ଷ୍ମୀକାନ୍ତ ମିତ 

    ମହାସ୍ମୃତି  ଲେଖାକାର , 

ମହେନ୍ଦ୍ର ମାନସ ମଥୁରୀ ମୋହନ 

   ଚିତ୍ରଲିପି ସୌଦାଗର । 


ପରୀକ୍ଷିତ ପ୍ରୀତ  ଶଶିକାନ୍ତ ମିତ 

    ଆୟୋଜକ ସଂକଳକ , 

ବାଳକୃଷ୍ଣ ପ୍ରେମୀ  ପ୍ରସାନ୍ତ ଦରଦୀ 

    ନରୋତ୍ତମ ସର୍ବୋତ୍ତମ । 


ମନୋରଂଜନ ସୌହାର୍ଦ୍ଦ୍ୟରେ ପୁର୍ଣ୍ଣ 

    ଆହାକି ଏ'ଭାବପ୍ରେମ , 

ମୁସ୍ତାକୀମ ସାଥୀ  ସ୍ମୃତି ପ୍ରୀତିଲିପି 

   ରତ୍ନକାନ୍ତ   ଉଦ୍ଗିରଣ । 


 ଗିରିଜା ଶଙ୍କର ବିଘ୍ନରାଜ ପ୍ରୀତ 

    ବର୍ଣ୍ଣାଢ଼୍ୟ ବନ୍ଧୁ ମିଳନେ , 

ବାସୁଦେବ ମିତ ଶ୍ରୀକାନ୍ତ ସଙ୍ଗାତ 

    ମସଗୁଲ ଆନନ୍ଦ ମନେ  । 

            

ଅନୁସୟା ଜ୍ୟୋତ୍ସ୍ନା ବାନ୍ଧବୀ ସଂପୂର୍ଣ୍ଣା 

    ସମ୍ପର୍କର  ଶୁଭ୍ରଜ୍ୟୋତି , 

ବନ୍ଧୁ ମିଳନର  ମହା ପ୍ରସ୍ତାବକ 

   ଉଦ୍ଭାସିତ  ଶ୍ରଦ୍ଧାପ୍ରୀତି । 


ମିଲି ପଙ୍କଜିନୀ ପ୍ରଭାତୀ ବାନ୍ଧବୀ 

   ବନ୍ଧନରୁ   ଆଜି ମୁକ୍ତ , 

ହସିବେ ଗାଇବେ  ସ୍ମୃତି ସାଉଁଟିବେ 

   ଭାବନାକୁ କରି ବ୍ୟକ୍ତ ।


ଲିଲି ଜୁଲି ପ୍ରୀତି  ଉଚ୍ଛୁଳି ପଡୁଛି 

    ବନ୍ଧୁ ମିଳନରେ ଆଜ , 

ସୁକାନ୍ତିର ସ୍ନେହଁ  ଅଭୁଲା ରହିବ 

    ବନ୍ଧୁମାନେ ସର୍ବେ ହେଜ  । 


ମହିମା ଆଲେଖ୍ୟ ସ୍ଵର୍ଣ୍ଣ ଉପବନ 

    ମିଳନର  ମହାସ୍ଥାନ , 

ନିଶ୍ଚିନ୍ତ କୋଇଲି ସାଲେପୁର ମାଟି 

   ସ୍ମୃତିର ମହାର୍ଘ୍ୟ ସ୍ଥଳ । 


ଚିକେନ ପକୋଡ଼ା ସ୍ଵାଦତା ବଢିଆ 

    ଜମିବ ଆସର ସାଥୀ , 

ରାବିଡି ସ୍ଵାଦିଷ୍ଟ ଦେହ ପାଇଁ ହିତ 

    ନିରାମିଷଙ୍କର ପ୍ରୀତି । 


ଅନ୍ନକୁ ବ୍ୟଞ୍ଜନ ମଟନର ଝୋଳ 

    ମତ୍ସ୍ୟ ମସଲାରେ ମନ , 

ସାଲାଡ଼ ପାମ୍ପଡ  ପନିର ବଟର 

    ମହକୁଛି ଆଜି ଜାଣ । 


ରୁଚି ଅନୁସାରେ ଭୁଞ୍ଜ'ହେ ସରବେ 

     ଆମିଷ ଓ ନିରାମିଷ , 

ସ୍ମୃତି ରହିଯିବ  ମନ ଆକାଶରେ 

   ଭବ୍ୟ ଆୟୋଜନ ସତ୍ୟ । 

           

ଏ'ବନ୍ଧୁ ମିଳନ  ପରବ ମାହୋଲ 

     ସମୃଦ୍ଧିର  ଭେଟଘାଟ , 

ଅଚିରେ ପାଳିବା ହସି ହସାଇବା 

   ଭାବନାକୁ କରି ବ୍ୟକ୍ତ  । 


ଜଗତର ନାଥ  ହୁଅ'ହେ ସଦୟ 

    ତୁମ୍ଭରି ଆଶ୍ରିତ ଆମ୍ଭେ , 

ପ୍ରତି ନବବର୍ଷ  ଆଣିଦେଉ ହସ 

    ପାଳିବୁ ପରବ ସର୍ବେ  । 



Rate this content
Log in