STORYMIRROR

Ajit Kumar Raut

Others

4  

Ajit Kumar Raut

Others

ଅପୂର୍ବ ଗୌରବ ଦେଉଛି ଦେଶ

ଅପୂର୍ବ ଗୌରବ ଦେଉଛି ଦେଶ

1 min
256

ଦୁଃଖ ଭରା ସ୍ଥିତି ସେବା ଭାବ ଅତି

ଗୁଞ୍ଜନ କରୁଛି ଦେଶେ,

ଭୟାଭୟ ସ୍ଥିତି ଆତଙ୍କିତ ଅତି

ନିଃସ୍ୱାର୍ଥର ଭାବ ଦେଶେ।୧।


ନଜସେବା ପ୍ରତି ନିଃସ୍ୱାର୍ଥର ଭକ୍ତି

ଜନଙ୍କୁ ଭରସା ଦିଏ,

ବିପଦର କାଳେ ଜନ ଆବଶ୍ୟକ

ନିତ୍ୟେ ପୂରଣ ହିଁ ହୁଏ।୨।


ମାଗଣାର ଶସ୍ୟ ବିତରଣ ହୁଏ

ଭୋକରେ ନୁହନ୍ତି କେହୁ,

ଚାଉଳ ସଙ୍ଗରେ ଗହମ ଓ ଚିନି

ପାଉଛନ୍ତି ଜନ ଏହୁ।୩।


ଯାହା ମିଳୁଅଛି ଭ୍ରଷ୍ଟାଚାର ନାହିଁ

ଶାସନ ସତ୍ୟତା ଏହି,

ମାଗଣା ଅଦୃଶ୍ୟ ରୋଗର ହିଁ ଟିକା

ଜନେ ଲାଗୁଅଛି ଏହି।୪।


ନିର୍ଦ୍ଦିଷ୍ଟ ସମୟେ ବୃଦ୍ଧା ପେନସନ

ବୃଦ୍ଧଙ୍କୁ ମିଳୁଛି ସଦା

ବିଧବାଙ୍କର ସେ ପେନସନ ଟଙ୍କା

ସମୟେ ଆସୁଛି ସଦା।୫।


ଅଭିଯୋଗ ନାହିଁ ଅଭିନୟ ନାହିଁ

କର୍ମରେ ଜଡ଼ିତ ସବୁ,

ନିଃସ୍ୱାର୍ଥର ଭାବେ ଜନତାଙ୍କ ସେବା

ଆବିର୍ଭାବ ଏଠି ସବୁ।୬।


ସେବା ଭାବ ମନ୍ତ୍ର ସମର୍ପଣ ଶକ୍ତି

ଗୁଞ୍ଜନ କରୁଛି ଦେଶେ,

ରାମରାଜ୍ୟ ପରି କାର୍ଯ୍ୟ ହେଉ ଅଛି

ଶାସନ ରୂପରେ ଦେଶେ।୭।


ଗାଆଁ ଗହଳିରେ ଦିଶୁଛି ଶାସନ

ଉନ୍ନତିର ପଥେ ଆଜି,

ମହାପୁରୁଷଙ୍କ କଳ୍ପନା ସାକାର

ଅନୁଭବ ହୁଏ ଆଜି।୮।


ଶକ୍ତିଶାଳୀ ହୋଇ କାର୍ଯ୍ୟ ହିଁ ହେଉଛି

ମିଥ୍ୟା ନାହିଁ ଏଠି କିଛି,

ଉନ୍ନତି କରୁଛି ପବିତ୍ର ଏ ଦେଶ

ଭେଦଭାବ ନାହିଁ କିଛି।୯।


ବିଜ୍ଞାନ ଗୌରବ ପ୍ରଜ୍ଜଳିତ ହୁଏ

ନୂଆ ନୂଆ ଆବିଷ୍କାର,

ଶକ୍ତିଶାଳୀ ସେନା ହୁଙ୍କାର କରୁଛି

ନିର୍ଭୟ ଦେଶ ଆମର।୧୦।


ଭକ୍ତି ପରିପୂର୍ଣ୍ଣ ଈଶ୍ୱର ନିକଟେ

ଧର୍ମପଥଗାମୀ ଦେଶ, 

ନୂଆ ଇତିହାସ ବନୁଅଛି ଦେଶେ

ବିଶ୍ୱର ଆଦର୍ଶ ଦେଶ।୧୧।


ଦୁଃଖ ଭରା ସ୍ଥିତି ସେବା ଭାବ ଅତି

ଗୁଞ୍ଜନ କରୁଛି ଦେଶେ,

ଭୟାବହ ସ୍ଥିତି ଆତଙ୍କିତ ଅତି

ନିଃସ୍ୱାର୍ଥର ଭାବ ଦେଶେ।୧୨।



Rate this content
Log in