ଅପୂର୍ବ ଦର୍ଶନ
ଅପୂର୍ବ ଦର୍ଶନ
ସୁନା ରୁପା କିଛି ମାଗି ତ ନ ଥିଲି ସବୁ ତ ଅଟେ ନକଲି
ସାରା ଜୀବନଟା ଖୋଜି ବୁଲୁଥିଏ ତୋତେ ତ ପାଇବି ବୋଲି ।
ଡାକି ତୁ ଆଣିଲୁ ବହୁତ ଦୁରରୁ ତୋହରି ଆଶିଷ ଦେଇ
ବିନା କଷ୍ଟରେ ତୋ ଦର୍ଶନ ମିଳିଲା ତା ଠାରୁ ଖୁସି ତ ନାହିଁ ।
ନା ଥିଲେ ପଣ୍ଡା ନା ଥିଲେ ସାଙ୍ଗ ସାହାଯ୍ୟ କରିବା ପାଇଁ
ତୋର ଆଶ୍ରିବାଦ ଥିଲା ମୋ ସାଥେ ତୋତେ ତ ଦେଖିବା ପାଇଁ ।
ଆଖିର ଲୁହକୁ ରୋକି ପାରିଲିନି ତୋର ଚକାଆଖି ଦେଖି
ନଡିଆ ତୁଳସୀ ପଣ୍ଡା ହାତେ ଦେଲି ହସୁଥିଲୁ ତୁହି ଦେଖି ।
ପେଟର ଭୋକକୁ ସମ୍ଭାଳି ହେଲାନି ତୋର ଦରଶନ ପରେ
ଅବଢା ତୋରାଣି ପିଇଲୁ ତ ଆମେ ଅମୃତ ତା ପାଖେ ହାରେ ।
ଗରମ୍ ଗରମ୍ ଅବଢା ଖାଇଲୁ ମୋର ପ୍ରୀୟ ଦୋକାନରେ
ରିକ୍ସା ଧରି ଆମେ ପହଞ୍ଚିଲୁ ପୁଣି ଆମ ଗୁରୁ ଆଶ୍ରମରେ ।
ଏମିତି ଦର୍ଶନ କେବେ ତ ନ ଥିଲା ବଡ ଭାଗ୍ୟବାନ ମୁହିଁ
ସବୁ ବର୍ଷ ମୋତେ ଡାକି ତୁ ଆଣିବୁ କେବେ ଭି ଭୁଲିବୁ ନାହିଁ ।
ପୁରୀ ତୀର୍ଥ ସ୍ଥାନ ପୁରୀ ଶଙ୍ଖକ୍ଷେତ୍ର ପୁରୀ ମୋର ଜଗା ଘର
ତୋତେ ଦେଖିବାଟା ନୁହଁଇ ସହଜ ନ ଲାଗିଲେ ତୋର ଡୋର।
ଭକ୍ତ ଭଗବାନ ଅପୂର୍ବ ମିଳନ ଯୁଗେ ଯୁଗେ ରହିଥିବ
ଭୁଲିବୁନି କେବେ ଏହି ଭକତକୁ ତୋତେ ସଦା ଝୁରୁଥିବ।