ଅପ୍ରିୟ ସତକଥା
ଅପ୍ରିୟ ସତକଥା
କିଛି କଥା ଅଛି ଯାହାକୁ କେବେ କାଟି ହୁଏନା,
ଯାହା ସର୍ବଦା ଧ୍ରୁବ ସତ୍ୟ,
ତଥାପି ବିଚରା ମଣିଷ କେତେ ହୀନ ଚେଷ୍ଟା କରେ,
ଭାଗ୍ୟର ଲେଖାକୁ ପରିବର୍ତ୍ତନ କରିବାକୁ,
କିନ୍ତୁ କେତେ ଜଣ ସଫଳ ହୁଅନ୍ତି ଏଥିରେ,
ସୂର୍ଯ୍ୟ ବାୟୁ ଜଳ ଆଉ ଜନ୍ମ୍ ମୃତ୍ୟୁ ସର୍ବଦା ସ୍ଥିର ଅପରିବର୍ତ୍ତିତ,
ହେଲେ କେତେ ମାତ୍ର ସାମାନ୍ୟ ଜ୍ଞାନରେ ମଣିଷ ଚେଷ୍ଟା କରେ,
ବାନ୍ଧି ରଖିବାକୁ ସେମାନଙ୍କୁ,
ସବୁରି ଆଗରେ ଦେଖାଇବାକୁ ନିଜର ପାରିବା ପଣ,
ଗୋଟେ ରୀତିମତ ଆରମ୍ଭ ହୁଏ ପ୍ରତିଯୋଗିତା,
କିଏ ବା ନଜର ଦିଏ କେତେ ଥର ବଳି ପଡ଼େ,
ମଣିଷ ପଣିଆ ଆଉ ସବୁରି ସୁରକ୍ଷା,
ଏଥି ଲାଗି ଯେ କେତେ ବିଧ୍ୱଂଶ ,
କେହି ଚେଷ୍ଟା କରେନି ଅଟକାଇବାକୁ ,
ବାସ୍ ଛାଡ଼ି ଦିଅନ୍ତି ସବୁକୁ ପ୍ରଳୟର ମୁଖରେ,
ସମସ୍ତେ ଜ୍ଞାତ କାହାର ସ୍ଥିତି ସ୍ଥିର ନୁହଁ,
ସମସ୍ତେ ଦିନେ ପତନର ମୁଖରେ ବିଲୟ ହେବେ,
ତାହା ହେଲେ ଏ ପ୍ରତିଯୋଗିତା କଣ ଲାଗି,
ସବୁଠାରୁ ଶ୍ରେଷ୍ଠ ଜୀବ ହୋଇ ଆମେ ଆଜି କରୁଛେ କଣ,
ନିଜେ ନିଜ ପାଦରେ କୁରାଢି ମାରି ରକ୍ତାକ୍ତ ହେଉଚ୍ଛେ,
ଆଉ ପରିବେଶକୁ ଆତଙ୍କମୟ କରୁଛେ,
ଦିନେ ସମୟ ଆସିବ ବିଚରା ଜୀବ ଡାଇନୋସର ପରି,
ଆମେ ଲୁପ୍ତ ହେବା ସହ ଧ୍ଵଂସ ପାଇଯିବା,
ଆମର ଏ ପ୍ରିୟ ପୃଥିବୀ ଆଉ ତା ପରେ?
ଆଉ କିଛି ନ ଥିବ ବୁଝିବାକୁ ଅପ୍ରିୟ ସତ କଥାକୁ।
