STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ଅପରିଚିତା

ଅପରିଚିତା

1 min
228

କିଛି ଆତ୍ମୀୟତା,

ଆପଣେଇବାର ନିବୁଜ ଛିଟା ରେ

ଭାଵସିକ୍ତ ସେଦିନର ମୁଖ ପୁସ୍ତକ ର ଜନୈକା ଅପରିଚିତା ।

ସୁରୁଜ ଉଇଁଲେ- ବୁଡ଼ିଗଲେ

ଆଉ ଦୂର ଆକାଶ ରେ ଚାନ୍ଦ ଦିଶିଗଲେ

ଚଟକିନା ଦେଇ ଦିଏ ଶୁଭ ବାରତା ।

କଣ କରୁଚ ଯେ

ଖାଇ ସରିଲଣି ପିଇଲଣି?

ଏଇମିତି ଅନେକେ ଅଵ୍ୟକ୍ତଶବ୍ଦ ରେ 

ଚିତ୍ର ବିଚିତ୍ର ଚିତ୍ରକଳା ର ସେ ବି ପ୍ରେରିତା

ଆଉ ପୁଣି କେବେ ଲୋକକ୍ତି ଗୂଢ଼କ୍ତି

ଜନ ଜୀବନ ର ,ବ୍ୟବସ୍ତା ର, ପୁନେଇଁ ପରବ ର

ମହାନତା ଗାରେଇ ଦିଏ

ପଢ଼ି ପୁରାଣ ମାହାତ୍ମ୍ୟ ଭାଗବତ ଗୀତା ।

ଯାହାକୁ ଦେଖି ଚଗଲା ମନ ଚହଲା 

ପାଣି ରେ ମୁହଁ ଡୁଙ୍ଗିଲା ପରି

ଭାବେ ଏଇଟି ଜୀବନ ସାଥୀ ହେଲେ ଚଳନ୍ତା

ତା ପରେ ବିବେକ କହେ 

ଏଇଟି ତୋର ବଡ ଭୂଲ

ଦେଖୁନୁ ଦେଖ

ତୋ ବାଁ ହାତ ରେ ପରା ବାନ୍ଧିଲାଣି ନାଲି ନେଳି ଫିତା

ଆଉ ତା ପରେ ହେଇ ଯାଏ ଚିର ଦିନ ପରିଚିତା ।



Rate this content
Log in