ଅପରାହ୍ନ
ଅପରାହ୍ନ
1 min
264
ଦିନଥିଲା, ସମୟ ନ ଥିଲା,
ଥିଲା ଖାଲି -
ସ୍ମୃତି ପରେ ସ୍ମୃତି ପୁଣି
ଅତୀତର ମୁଠା ମୁଠା ଲୁହ ।
ଯେଉଁଠି ଗଢିଉଠିଥିଲା,
ସମ୍ପର୍କ ଭାଙ୍ଗିଯାଇଥିଲା-
ଲୋଭ, ମୋହ, ଓ ସ୍ୱାର୍ଥରେ
ଘଟଣା ଓ ଦୁର୍ଘଟଣାର ଅନେକ କୋହ ।।୧।।
ସେଠି ପୁଣି,
ବୟସର କି ମାପ କାଠି,
ଉଚ୍ଚା-ନିଚା ପହଚର ଚିହ୍ନ ।
କେବଳ ମାତ୍ର ,
ପରିଚୟ ପରେ ଠିକଣାର
ବାର୍ଦ୍ଧକ୍ୟରେ ଅପରାହ୍ନ-ଆକାଶ ହୀନ ।
ସୂର୍ଯ୍ୟାଲୋକ ଛାଇ ପୁଣି
ଲୁଚେ ଯେବେ,
ମୁଣ୍ଡିଆ ଶିଖରେ, ସଂଧ୍ୟା ଅଗମାନେ ।।୨।।
ଅପରାହ୍ନ ଫେରେ ପୁଣି
ଆଉ ଗୋଟେ ଅପେକ୍ଷାରେ
ସୁଖ-ଦୁଃଖ ସଂସାରର ସମୟ ହାଟରେ ।
ଆଉ, ଜୀବନର
ଛକି ସୁନ ଖେଳ ପରେ
ବହୁଡିବେ ସଭିଏଁ- କର୍ମର ଶେଷ ଅନ୍ତେ
ନୀତି ଅପରାହ୍ନ ଠିକଣାରେ ।।୩।।
