STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଅପମାନ

ଅପମାନ

1 min
131


ମୋତେ ଘୃଣା କି ଅପମାନ କର

ମୋତେ ପିଟ ଅବା ମାର ?


ମୁଁ ମନା କରିବି କାହିଁକି ?

ମୁଁ ତ ଅପମାନର ପାତ୍ର

ବିଲକୁଲ ନୀଚ୍ଚ କର୍ମର ମଙ୍ଗରେ।


ତୁମେ ଦେଖିଲନି ନା ଶୁଣିଲନି

କେମିତି ସେ ଝିଅଟା ତାର ଅଧିକାର ମାଗୁଥିଲା

ହଳଦୀ ଗୁରୁଗୁରୁ 

ତା' କାଖରେ ଦେଢ଼ ମାସର ଶିଶୁକୁ ଧରି।


ମୁଁ କୁଆଡେ଼ ତାର ବାପା 

ଏ ନିଲଠାର କର୍ମ ଆଉ ଧର୍ମ କି

ଗୋଟେ ଗାଁ'କୁ କଳୁଷିତ କରୁଛି

ପାଣି,ପବନ ଓ ଆଲୋକ ବି ପ୍ରଦୂଷିତ।


ଯେତେ ଅପମାନ କରୁଛ କର

ମୋତେ ସହିବାକୁ ହେବ

ଯେମିତି ପାହାଡ଼ର ହୃଦୟ,ଧରିତ୍ରୀର ବକ୍ଷ।


ମୋର ସବୁ ମାନ ଓ ଅଭିମାନ

ପାଣି ଫୋଟକା ପରି ମିଳେଇ ସାରିଛି

ଯେଉଁଦିନ ସବୁ ଅପମାନ ମୁଣ୍ଡରେ ପଡି଼ଛି

ଘୃଣା ଓ ଲାଞ୍ଛନା ବୋଳି ହୋଇ ଯାଇଛି 

ମୋ ଦଶଦିଶ।


ମୋ ଆଖିରେ ଲୁହ ନା ଓଠରେ ହସ?

ହୃଦୟ ତ କାଠ ଓ ପାଷାଣ

ବେଳୁବେଳୁ ରୋମନ୍ଥନ କରୁଥିଲା।


ଦିନେ ସେ ଝିଅଟି ପୁଣି 

ଦାଣ୍ଡ ମଝିରେ ଚିତ୍କାରିଲା 

ସବୁ ଦୋଷ ହିଁ ମୋର 

ଡାହା ମିଛଟାରେ ପଣସର ଅଠା ବୋଳୁଥିଲି।


ସେ ତାକୁ ଆଙ୍ଗୁଳି ନିର୍ଦ୍ଦେଶ କଲା

ଯିଏ ଅର୍ଥ ଦେଇ ଶିଖାଇ ଥିଲା

ସୃଷ୍ଟିର ଗୁଢ଼ତତ୍ତ୍ବକୁ।


ମୁଁ ଈଶ୍ବରଙ୍କୁ ସ୍ମରୁଥିଲି ସତ୍ଯର ଜୟ ହେଉ ବୋଲି

ହଠାତ୍ ସତ୍ଯାସତ୍ଯ ସାମ୍ନାକୁ ଆସିଲା 

ଗାଁ'ଲୋକେ ତାକୁ ଜୋର କିନି ବିବାହ କରେଇ ଦେଲେ

ଯିଏ ବିଷର ମଞ୍ଜି ପୋତି ମୋ ଆଡ଼କୁ

ଅପମାନ ଆଉ ଦୋଷ ଫିଙ୍ଗିବାକୁ

ଶିକ୍ଷା ଦେଉଥିଲା।


ସତରେ ! 

ଈଶ୍ବର ମହାନ 

ମିଛକୁ ଉଙ୍ଖାରି ସତ୍ଯର ଜୟ କରାଇଲେ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍