Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Others

2  

Suresh chandra Padhy

Others

ଅପମାନ

ଅପମାନ

2 mins
87


ମେଦିନୀପୁର ଗାଁରେ ସୁକାନ୍ତ ନାମରେ ଗୋଟେ ପିଲା ଥିଲା । ଉମା ଶଙ୍କର ସ୍କୁଲରେ ସେ ପାଠ ପଢେ । ସେଠାରେ ନିଧି ସାହୁ ନାମରେ ଜଣେ ଶିକ୍ଷକ ପାଠ ପଢାନ୍ତି । ସେ ସ୍କୁଲରେ ସବୁ ପିଲାଙ୍କୁ ଭଲ ପଢ଼ାନ୍ତି । ସୁକାନ୍ତ ଭଲ ପାଠ ପଢି ସହରକୁ ଯାଇ ଚାକିରୀ କଲା । 

 ସେ ବି. ଟେକ୍ କରି ଚାକିରୀ କଲା । ସେଠାରେ ସେ ବାହା ହୋଇ ଖୁବ ଖୁସିରେ ରହିଲା । ଥରେ ନିଧି ସାରଙ୍କ ଦେହ ଖରାପ ହେବାରୁ ସେ ମେଡିକାଲକୁ ଯାଇ ଥିଲେ । ନିଧି ସାର୍ ସହରକୁ ଯାଇଛନ୍ତି । ସେଠାରେ ତାଙ୍କର କେହି ଚିହ୍ନା ନାହାନ୍ତି । ସେ ମେଡିକାଲରେ ଦେହ ଦେଖାଇବା ପରେ ଔଷଧ ପାଇଁ ବାହାରକୁ ଆସିଲେ । ତାଙ୍କ ପାଖରେ ପଇସା ନ ଥିଲା । ସେହି ଔଷଧ ଦୋକାନୀ ଔଷଧ ଦେବାକୁ ମନା କଲା । ସେହି ଦୋକାନକୁ ସୁକାନ୍ତ ଆସିଥାଏ । ସେହି ଦୋକାନରେ ନିଧି ସାର ସୁକାନ୍ତକୁ ଦେଖି ଖୁସି ହେଲେ ଓ ନିଜ ଅସୁବିଧା କଥା କହିଲେ । କିନ୍ତୁ ସୁକାନ୍ତ ନିଧି ସାରଙ୍କୁ କହିଲା ତୁମେ କିଏ ମୁଁ ତୁମକୁ ଜାଣିନି । ତୁମ ପରି ମଳିମୁଣ୍ଡିଆ ଲୋକ ମୋତେ ପୁଣି ପାଠ ପଢ଼େଇବ ଏହା କେବେ ସମ୍ଭବ ନୁହେଁ । ଯା ଯା ମୋ ପରି ଲୋକ ସହ କଥା ହେବାକୁ ତୁ ସାହସ କେମିତି କଲୁ । 

 ନିଧି ସାରଙ୍କୁ ବହୁତ ଅପମାନ ଲାଗିଲା । ସେତେବେଳେ ନିଧି ସାର କାନ୍ଦି କାନ୍ଦି ଔଷଧ ନ ନେଇ ଚାଲି ଆସିଲେ । ସବୁ ଦିନେ ସାର ସେହି କଥାକୁ ମନେ ପକାଇ ଦୁଃଖ କଲେ । 

କିଛି ଦିନ ପରେ ନିଧି ସାର ରୋଗରେ ପଡି ମୁତ୍ୟୁବରଣ କଲେ । 

 ସୁକାନ୍ତ ସାରଙ୍କ ଅନ୍ତିମ ସମୟରେ ମଧ୍ୟ ଆସିଲା ନାହିଁ । ତା ମନରେ ବଡ଼ ଲୋକ ହେବାର ଗର୍ବ ଅଭିମାନ ଥିଲା । ସୁକାନ୍ତ କିଛି ଦିନ ପରେ ଏକ ରୋଡ଼ ଦୁର୍ଘଟଣାର ସମୁଖୀନ ହୋଇ କଷ୍ଟ ପାଇଲା । ଅନେକ ଦିନ ସେହି ମେଡିକାଲରେ ପଡିଲା । ସେ ନିଧି ସାରଙ୍କୁ କରି ଥିବା ଅପମାନକୁ ମନେ ପକାଇ ବହୁତ କାନ୍ଦିଲା । ସେ ତାର ଭୁଲ ଏଥର ବୁଝି ପାରିଲା ତାର ଗର୍ବ ଭାଙ୍ଗି ଗଲା । 

 ଜୀବନରେ କେବେ ଗୁରୁଙ୍କୁ ଅପମାନ କରିବା ନାହିଁ । ଏହା କରିବା ସବୁଠୁ ବଡ଼ ପାପ । ଗୁରୁ ଆମ ଜୀବନ୍ତ ଦେବତା । ଆମ ସଫଳତା ପଛରେ କେବଳ ଗୁରୁଙ୍କ ଆଶୀର୍ବାଦ ଅଛି । 


Rate this content
Log in