ଅଫୁଟା ଫୁଲଟିଏ
ଅଫୁଟା ଫୁଲଟିଏ
ମାଆ ମୁଁ କନ୍ୟା ଭୃଣଟିଏ
ଅଛି ମୁଁ ତୁମ ଗର୍ଭରେ
ମୁଁ ଅଫୁଟା ଫୁଲଟିଏ
ପ୍ରସ୍ଫୁଟିତ ହେବାକୁ ଚାହୁଁଛି ହୋଇ ତୁମ ସନ୍ତାନଟିଏ।।
ମାଆ କଣ ମୁଁ ଭୁଲ କରିଛି
ପାରୁ ନାହିଁ ମୁହିଁ ବୁଝି
ବାପା ଓ ତୁମେ ଚାହୁଁଛ କଣ ପାଇଁ
ଫୁଟିବା ଆଗରୁ ମୋତେ ତୋଳି ଫିଙ୍ଗି ଦେବା ପାଇଁ।।
ମୁଁ କନ୍ୟା ଭୃଣ ବୋଲି ମୋତେ କରୁଛ ଘୃଣା
ହେଲେ ମୁଁ ଝିଅ ହେଇ କେବେ କରିବି ନାହିଁ ତୁମ ନିନ୍ଦା
ତୁମେ ପରା ମୋ ବାପା ମାଆ
ପାଠ ପଢି, ଚାକିରୀ କରି, କରିବି ତୁମ ମୁଣ୍ଡ ଗର୍ବରେ ଉଚ୍ଚା।
ମାଆ ହୋଇପାରେ ମୁଁ ଅଫୁଟା ଫୁଲଟିଏ
ହେଲେ ବୁଝିପାରୁଛି ତୁମ ମନ କଥା ଯେ
ମୁଁ ହୋଇ ଥିଲେ ମଧ୍ୟ ମାଂସ ପିଣ୍ଡୁଳାଟିଏ
କଷ୍ଟ ହେଉଛି ମୋତେ ତୁମେ ଥିଲେ କଷ୍ଟରେ।।
ମାଆ କେମିତି ତୁମେ ଭାବିଛ କରିବାକୁ ତୁମ ଠାରୁ ମୋତେ ଅଲଗା
ମୁଁ ଯେ ତୁମର ଓ ବାପାଙ୍କର ଅଂଶ ପରା
ହେବାକୁ ଚାହେଁ ତୁମ ଆଖିର ନୟନ ତାରା
ବଢିବାକୁ ଚାହେଁ ପାଇ ତୁମର ଓ ବାପାଙ୍କର ସ୍ନେହ ଓ ଶ୍ରଦ୍ଧା।।
ମାଆ ତୁମ ଠାରୁ ମୋ ମାଂସ ପିଣ୍ଡୁଳା ପାଇଛି ଜୀବନ
ତୁମ ଠାରୁ ପାଇଛି ମୁଁ ପ୍ରଥମ ସ୍ପର୍ଶ
ତୁମେ ଦେଇଛ ମୋତେ ସ୍ପନ୍ଦନ
କେମିତି ଛଡାଇ ନେବ ମୋର ବଞ୍ଚିବାର ଅଧିକାର।।
ମାଆ କଥା ଦେଉଛି ତୁମକୁ
ଆସିବାକୁ ଦେବି ନାହିଁ ନିନ୍ଦା ଅପମାନ ତୁମ ଉପରକୁ
ମାନି ଚଳିବି ଦେଇ ଥିବା ତୁମ ସଂସ୍କାରକୁ
ହେବାକୁ ଦେବି ନାହିଁ ତୁମ ମୁଣ୍ଡ ତଳକୁ।।
ମାଆ ଫିଙ୍ଗି ଦିଅ ନାହିଁ ରାସ୍ତା କୋଡ଼କୁ କି ଅଲିଆ ଗଦାକୁ ଅଫୁଟା ଫୁଲ ଭାବି
ପ୍ରସ୍ଫୁଟିତ ହେବାକୁ ଦିଅ ତୁମ କୋଳରେ ଆଜି
ଆପଣାଇ ନିଅ ମୋତେ, ପୁଅ ଝିଅ ବିଚାର ନ କରି
ଏତିକି ମୁଁ ତୁମ ପାଖରେ କରୁଛି ଗୁହାରି।।
