STORYMIRROR

Paramita Sarangi

Others

2  

Paramita Sarangi

Others

ଅପହଞ୍ଚ

ଅପହଞ୍ଚ

1 min
769




ଅଦୃଶ୍ୟ ଜଗତ ରେ

ସ୍ବପ୍ନ ଟି ଏ ସାଉଁଟିଲା ବେଳ କୁ

ଅବୁଝା ହୋଇଯାଏ

ପାହାନ୍ତିଆ ପହରର କବିତା ଟି

ପରିତ୍ୟକ୍ତ ବାସି ଖବର ଟେ ଭଳି

ମୋ ମନ ଭିତରେ ଜାଗା ଟି ଏ ନ ଥାଏ ଯେମିତି


ପଥର ଫାଙ୍କରେ ଚୁପଚାପ୍ ନଦୀ ଟି ଖୁବ୍ ଏକା

ତା ଲୁହ ରେ ଯେମିତି ବହି ଚାଲି ଥାଏ

ଅପହଞ୍ଚ ସମୟ ର ମୋହ


ଦଉଡୁ ଥିବା ପାଦ ଚିହ୍ନ ଭିତରେ

ବିସ୍ତାରିତ ନୀରବତା କୁ ନେଇ

ଅତୀତର କେଉଁ ଏକ କୋଣରୁ

ଶୁଭି ଯାଏ ତୁମ ସ୍ବର

କାହାକୁ ରଖିବି ବା କାହାକୁ ଛାଡ଼ିବି

ସବୁ କବାଟ, ଝରକା ବନ୍ଦ ଯେତେବେଳେ



ବଞ୍ଚି ବାର ବୀଜ ଟି ଏ ଗଢି ଚାଲିଛି

ମେଘ ର ହାତୀ, ଘୋଡା ଓ ମୋ ମା ର ମୁଁହ


ଏ ଜୀଇବା ପଣ

ଏ ଲୋଡ଼ିବା ପଣ

ଆଉ କେତେ ଗୁଡିଏ ଅସରନ୍ତି ପ୍ରଶ୍ନ ସହ

ଆଗକୁ ଆଗକୁ ମାଡି ଚାଲୁଛି

ଅନ୍ଧାର ଭିତରେ


ଜରୁରୀ ନୁହେଁ ଯେ

ମୋ ପାଇଁ କେହି ଜଣେ

ରଖିଦେବ ଜହ୍ନ କୁ ଏଇଠି


କେତେ ଚାଲାକ ଏ ସମୟ ଟା

ଦେଖ ତ, ମୋତେ

ନିତି ନୂଆ ସକାଳ ଟେ ଦେଇ

ମୋ ଠାରୁ ମୋ ବୟସ ଟାକୁ

ଛଡେଇ ନେବାରେ ଲାଗିଛି।


ପାରମିତା ଷଡ଼ଙ୍ଗୀ




Rate this content
Log in