ଅପାଶୋରା ଇତିହାସ ମହାନ ଭାରତ ବର୍ଷ
ଅପାଶୋରା ଇତିହାସ ମହାନ ଭାରତ ବର୍ଷ
ଏ ମାଟି ପାଣି ପବନ ମୋ ଭାରତବର୍ଷ ଯାହାର କୂଳେ ଜନମ ମୋହରକୂଣେ ଅନୁକୂଣେ ଗର୍ବ ଗୌରବ ଗାଏ ମୁଁ ଗୀତ ଭାରତବର୍ଷ।
ବୀର ସହୀଦର ଜଳୁଛି ଚିତାକାନ୍ଦୁଛି ଏ ଦେଶ କାନ୍ଦେ ଜନତାତତେ କୂଳେ ପାଇ ଧନ୍ୟ ହେଲି ମୁହିଁଗରବେ କହିବି ଭାରତ ମାତା।
କଳା ସ୍ଥାପତ୍ୟ ଯାହାର ପ୍ରତୀକସୌନ୍ଦର୍ଯ୍ୟ ଵଢାଏ ମାଟି ମାଆରଏ ପାଣି ପବନ ଏଗଛ ଲତାପ୍ରକୃତି ବଢାଏ ଯାର ଗାରିମା ।
କେତେ ଭାଷା କେତେ ଜାତିର ଲୋକବାସ କରନ୍ତି ତୋ କୂଳରେସଭିଏଁ ଏକାଠି କରିଛୁ ତୁହିକେତେ ମହାପୁରୁଷ ଜନମ ହୋଇରହିଯାଇଛନ୍ତି ନାଆଁ ଯେ ତୋରଗାନ୍ଧୀ, ଗୋପବନ୍ଧୁ, ସୁବାଷ ଯାର ଆଦର୍ଶ ମହାନ ଆଜି ଭାରତ ବର୍ଷ।
ହିମ ଗିରିବର ମୁକୁଟ ଯାରହିମାଳୟ କନ୍ୟାକୁମାରୀ ବୋହିଯାଇଛି ନଦୀ ଯେ ତା'ରମହୋଦଧି ଯାର ଚରଣ ଧୂଏସବୁଜ କାନନ ପରାଣ ଗାଏ।
