STORYMIRROR

Mami Patra

Others

3  

Mami Patra

Others

ମଣିଷ ସମୟର ଦାସ

ମଣିଷ ସମୟର ଦାସ

1 min
123


ମଣିଷ ସମୟର ସମୟର ଦାସ 

ସମୟର ଦାସ

ନିଜ ଲୋକ ଯଦି ହୋଇଯାଏ ପର

କାହାକୁ ଦେବିରେ ଦୋଷ

ମଣିଷ ସମୟର ଦାସରେ।


ସମୟ ତାଳେ ତାଳେ ସବୁ ଗଲେ ଛାଡି

ବଦଳେଇ ଦେଲା ବଞ୍ଚିବାର ଶୈଳୀ

ବାଟ ଚାଲିବାକୁ ହେବ କଣ୍ଟା ମାଡି ମାଡି

ଏଠି କେହି ନୁହେଁ କାହାରି।


ସମାୟନୁକ୍ରମେ ପିତା ମାତା 

ବିହି ଦେଇଥାନ୍ତି ଜନ୍ମ

ଷଠି ଘରେ ଲେଖାଯାଏ କପାଳ ଲିଖନ 

ସୁଖ,ଦୁଃଖ ଭରା ଜୀବନ ଭାର

ମଣିଷ ସମୟର ଦାସରେ।


ଜନମରୁ ଜ୍ଞାନ ବୃଦ୍ଧି ପାଇନଥାଏ କିଛି 

ପରିବାରରୁ ମିଳିଥାଏ କେତେ ଖୁସି ଆନନ୍ଦ

ଖେଳକୁଦରେ କଟିଯାଏ ବାଲ୍ୟ ଚପଳତା

ମନରେ ଥିଲା କେତେ ନୂଆ ଆଶାର ଝଲକ

ମଣିଷ ସମୟର ଦାସ।


କୈଶୋର ଅବସ୍ଥା ଯେବେ ଯାଏ ଛୁଇଁ

ପ୍ରାପ୍ତ ବୟସରେ ଖୋଜେ ସାଥୀରେ ସାହାରା

ସଂସାରର ରୀତି ନୀତି ମାନି ହୋଇଥାଏ ବିଭା

ଦାୟିତ୍ଵ ଯେବେ ପଡେ ମସ୍ତିଷ୍କରେ

ପରିବାର ପୋଷିବା ପାଇଁ ଖୋଜେ କାମଟିଏ

ଗେଲବସରରେ ଯିଏ ବଢିଥିଲା ଦିନେ

ଆଜି ସେ ଛାତିକୁ ପଥର କରି ଉପରେ ହସେ

ମଣିଷ ସମୟର ଦାସ ।


ସମୟରେ ସବୁ କିଛି ନେଲା ଛଡାଇ

ଏକୁଟିଆ କରି ଛାଡିଗଲେ ଚାଲି

ପଛକୁ ଫେରି ଦେଖିଲେନି ନିଜରଲୋକକୁ

ନିଜ ପରିବାର ଦେଇ ଜାଣନ୍ତି ନିନ୍ଦା ଅପବାଦ ।

ମଣିଷ ସମୟର ଦାସ।


ସମୟ ତାଳରେ ନିଜକୁ ମିଶାଇ

ସମୟର ବଶବର୍ତ୍ତୀ

ବେସାହାରା ହୋଇ ଭାଗ୍ୟକୁ ଆଦରି

ହତାଶ ହୋଇ ବୁଲଇ।



Rate this content
Log in