STORYMIRROR

Mami Patra

Others

4  

Mami Patra

Others

ସୁହାଗୀନି

ସୁହାଗୀନି

1 min
253


ନାରୀ ସିନ୍ଥିରେ ଲାଗିଲେ ସିନ୍ଦୂର

ହୋଇଯାଏ ସେ ସୁହାଗୀନି ତାର

ସୁଖ ,ଦୁଃଖ ପାଦରେ ପାଦ ଥାପି କରି ସଂସାର

ସ୍ୱାମୀର ମଙ୍ଗଳ ପାଇଁ କରେ ଉପାସ ବାର।


ଥିଲା ଯେବେ ବାପଘରର ଝିଅ

କେତେ ଅଲିଅଳି ରେ କାଟିଥାଏ ଜୀବନ

ବିବାହ ବୟସ ପାଖେଇ ଆସିଲା

ପିତା ମାତା ଦୁହେଁ ଖୋଜିଲେ ବର

ବିବାହ ବନ୍ଧନରେ ବାନ୍ଧି ସେ ଦେଲେ।


ପର ହୋଇଗଲା ଏନ୍ତୁଡ଼ିଶାଳ

ନିଜର ହେଲା ଯୁଇ ଶ୍ମଶାନ

ପର ଘରକୁ ନିଜର କଲା

ପଛ ସ୍ମତିସବୁ ମନେ କାଢିଲା

ସାଙ୍ଗ ସାଥି ସବୁ ଭୂଲି ସେ ଗଲା।


ମଥାରେ ସିନ୍ଦୂର ହାତରେ ଶଙ୍ଖା

ସଂସାର ବନ୍ଧନେ ବାନ୍ଧି ସେ ହେଲା

ଆସୁ ଯେତେ ପଛେ ପ୍ରଳୟ ମାଡି

ସାମ୍ନା କରିବି ଆଗକୁ ମାଡି

ମଙ୍ଗଳକମନା ପାଇଁ ଜାଳିବି ଦୀପ

ସୁହାଗୀନି ହୋଇ ମଶାଣି ଯିବି

ଐଶ୍ୟଲକ୍ଷଣି ହୋଇ ଡେଙ୍ଗୁରା ବାଜିବ।



Rate this content
Log in