STORYMIRROR

Mami Patra

Others

3  

Mami Patra

Others

ରଙ୍ଗ ପସରା

ରଙ୍ଗ ପସରା

1 min
210

ଫଗୁଣ ଆସିଛି ଫଗୁ ସାଙ୍ଗେ ନେଇ

ରଙ୍ଗୀନ୍ ହେବି ତୁମ ସାଥୀରେ

ପ୍ରକୃତି ରାଣୀର ପ୍ରକୃତିର ରଙ୍ଗ

ଇନ୍ଦ୍ରଧନୁର ସାତୋଟି ରଙ୍ଗ

ନାଲି ନେଳି ରଙ୍ଗ ଦେହେ ଖେଳେ ତରଙ୍ଗ


ବଜାରରେ ମିଳେ ନୂଆ ନୂଆ ରଙ୍ଗ

ନାଲି ଅବିରକୁ ନାଲି ସିନ୍ଦୂର

ଖେଳିବାକୁ ଲାଗେ ଭାରି ସୁନ୍ଦର

ତୁମେ ହିଁ ଆରମ୍ଭ ତୁମେ ହିଁ ଶେଷ।


ପ୍ରେମ ରଙ୍ଗରେ ରଙ୍ଗୀନ୍ ହେବା

ଅଧରରେ ନାଲି ରଙ୍ଗର ଖିଲି ଖିଲି ହସୁଥିବ।

ନୂତନ ପଲ୍କବ ଭରା ରୂପ ତାର ଅପୋଶୋରା

ସବୁଜ ରଙ୍ଗ ଭରା ଆସିଛି ଧରା।


ରାଗ ହିଂସା ସବୁ ଭୁଲିଯିବା

ସଭିଏଁ ମନଖୁସିରେ ରଙ୍ଗ ଖେଳିବା



Rate this content
Log in