STORYMIRROR

Mami Patra

Others

3  

Mami Patra

Others

ଋତୁରାଜ ବସନ୍ତ

ଋତୁରାଜ ବସନ୍ତ

1 min
112

ଋତୁରାଜ ବସନ୍ତ ସେ ଋତୁରାଜ ମଳୟ

ସମୟ ଚକ୍ରରେ ଖେଳେ ପ୍ରକୃତିର ବଳୟ

ସାକ୍ଷୀ ରହିଥାଏ ଏ ଗହନ ବନ

ଆମ୍ବ ବଉଳେ ମୃଦୁ କମ୍ପନ

ଚହଟଇ ବାସ ଧରା ଉପବନ

ହଳଦୀ ବସନ୍ତ ଗାଏ କେତେ ଗୀତ

ତା ଗୀତ ଶୁଣିବାକୁ ଧାଆଁନ୍ତି ମୀତ

ପତ୍ରଝଡ଼ା ଦେଇଥାଏ କେତେ ବୃକ୍ଷମାନ

ସୌନ୍ଦର୍ଯ୍ୟ କମିଯାଏ ଦେଖିଲେ ଶାଖା ଗଣ

ଥୁଣ୍ଟା ହୋଇ ଛିଡା ହୁଏ ଦୃଶ୍ୟମାନ


ଦୋଳରେ ଦୋଳି ବିଜେ ରାଧାମାଧବ

ରଙ୍ଗରେ ରଙ୍ଗିନ ହୋଇ ନାଚିଉଠନ୍ତି

ଭକତ କାନ୍ଦେ ବିରାଜ କରି

ଭାବଭାଙ୍ଗିରେ ପଲ୍ଲୀ ନାଚିଉଠଇ

ତ୍ରିଭଙ୍ଗି ପାଣିରେ ମୁରୁକି ହସେ

ସଭିଙ୍କ ମନେ ପୁଲ୍ଲକିତ ଉଠେ

ସୁନୀଳ ଆକାଶେ ଉଠଇ ରବି

ଶାନ୍ତ ପରିବେଶ ଦେଇଛି ଗଢି


ବସନ୍ତ ରାଜ ଆସିଛି ଓହ୍ଲାଇ

ପୁଷ୍ପ ବିମାନେ ମେଲିଣି ନେଇ

ସାରଥି ସାଜି ବସିଛି ମଳୟ

ଶୋଭାରେ ମଣ୍ଡିତ ଋତୁରାଜ ସେତ

ବିଦାୟ ଦେବା ଶୀତ ବଳୟ


ସଭିଙ୍କ ମନେ ପ୍ରେମ ଭରା ରାବ

ଖୁସି ଆଣିଛି ମଧୁଲଗନ

ରାଜା ଆଗମନେ ତନୁ ମନ ପ୍ରାଣ

ସିହରଣ ଖେଳେ ଦେହ ଆଉ ମନ।


Rate this content
Log in