ମଣିଷ ସମୟର ଦାସ
ମଣିଷ ସମୟର ଦାସ
ମଣିଷ ସମୟର ସମୟର ଦାସ
ସମୟର ଦାସ
ନିଜ ଲୋକ ଯଦି ହୋଇଯାଏ ପର
କାହାକୁ ଦେବିରେ ଦୋଷ।
ମଣିଷ ସମୟର ଦାସରେ।
ସମୟ ତାଳେ ତାଳେ ସବୁଗଲେ ଛାଡି
ବଦଳେଇ ଦେଲା ବଞ୍ଚିବାର ଶୈଳୀ
ବାଟ ଚାଲିବାକୁ ହେବ କଣ୍ଟା ମାଡି ମାଡି
ଏଠି କେହି ନୁହେଁ କାହାରି।
ସମାୟନୁକ୍ରମେ ପିତା ମାତା
ବିହି ଦେଇଥାନ୍ତି ଜନ୍ମ
ଷଠିଘରେ ଲେଖାଯାଏ କପାଳ ଲିଖନ
ସୁଖ , ଦୁଃଖ ଭରା ଜୀବନ ଭାର
ମଣିଷ ସମୟର ଦାସରେ।
ଜନମରୁ ଜ୍ଞାନ ବୃଦ୍ଧି ପାଇନଥାଏ କିଛି
ପରିବାରରୁ ମିଳିଥାଏ କେତେ ଖୁସି ଆନନ୍ଦ
ଖେଳକୁଦରେ କଟିଯାଏ ବାଲ୍ୟ ଚପଳତା
ମନରେ ଥିଲା କେତେ ନୂଆ ଆଶାର ଝଲକ।
ମଣିଷ ସମୟର ଦାସ।
କୈଶୋର ଅବସ୍ଥା ଯେବେ ଯାଏ ଛୁଇଁ
ପ୍ରାପ୍ତ ବୟସରେ ଖୋଜେ ସାଥୀର ସାହାରା
ସଂସାରର ରୀତିନୀତି ମାନି ହୋଇଥାଏ ବିଭା
ଦାୟିତ୍ଵ ଯେବେ ପଡେ ମସ୍ତିଷ୍କରେ
ପରିବାର ପୋଷିବା ପାଇଁ ଖୋଜେ କାମଟିଏ
ଗେଲବସରରେ ଯିଏ ବଢିଥିଲା ଦିନେ
ଆଜି ସେ ଛାତିକୁ ପଥର କରି ଉପରେ ହସେ।
ମଣିଷ ସମୟର ଦାସ ।
ସମୟରେ ସବୁ କିଛି ନେଲା ଛଡାଇ
ଏକୁଟିଆ କରି ଛାଡିଗଲେ ଚାଲି
ପଛକୁ ଫେରି ଦେଖିଲେନି ନିଜର ଲୋକକୁ
ନିଜ ପରିବାର ଦେଇ ଜାଣନ୍ତି ନିନ୍ଦା ଅପବାଦ ।
ମଣିଷ ସମୟର ଦାସ।
ସମୟ ତାଳରେ ନିଜକୁ ମିଶାଇ
ସମୟର ବଶବର୍ତ୍ତୀ
ବେସାହାରା ହୋଇ ଭାଗ୍ୟକୁ ଆଦରି
ହତାଶ ହୋଇ ବୁଲ।
