ଜନନୀ
ଜନନୀ
ମାଆ ବିନା ଲାଗଇ ଅଧୁରା
ତା ବିନା ମୁଁ ବଞ୍ଚିପାରେନା
ତାକାନି ଧରି ବାଟ ଚାଲୁଥିବି
ମାଆ ବୋଲି ଡାକ ଛାଡୁଥିବି l
ତା ପଣତରେ ସବୁ ଖୁସି ପରା
ସେ ଆମ ମୁଣ୍ଡରେ ଛତା
ଖରା ବର୍ଷାକୁ ନଥାଏ ଡର
ସେ ପରା ଆମ ସବୁ ପସର l
ମାଆ ବିନା କିଛି ଜାଣେନା
ତା ଖୁସି ସରଗ ପରା
ତା ଓଠରେ ଟିକିଏ ଦେଲେ ହସି
ନାଚି ଯାଏ ମୋର ସବୁ ଅଙ୍ଗଭଙ୍ଗି l
ମାଆ ପାଖେ ଦୁଷ୍ଟ, ରାଗ ସମାନ
ତା ସ୍ନେହ ସରାଗେ ସବୁ ଲାଗି ଆନ
ମାଆ ଦାନ ସବୁଠୁ ମହାନ
ତାଠାରୁ ଦୁନିଆ କେହି ନୁହେଁ ସମାନ l
ଅଭାବ ଥିଲେ ଯେତେ ମାଆର
ନିଜେ ନଖାଇ ଖୁଆଇଦିଏ ତା ଛୁଆର
ଜଳାଜଂଳି ଦେଇ ନିଜ ଇଚ୍ଛାକୁ
ପିଲାଙ୍କ ସ୍ୱପ୍ନକୁ ସାକାର କରେ l
ସଂଘର୍ଷ କରି ପ୍ରତି ମୂହୁର୍ତ୍ତର
ଛାଇପରି ଠିଆ ହୁଏ ପାଖେ ପାଖେ ତାର
ସବୁ ବିପଦକୁ ନିଜେ ମୁଣ୍ଡେ ନେଇ
ସୁରକ୍ଷା ଦିଏ ନିଜେ ରକ୍ତାକ୍ତ ହୋଇ l
ତାର ଦାନ ଅଟେ ବଳିଦାନ
ବୃଦ୍ଧା ଅବସ୍ଥାର ବୃଦ୍ଧା ଶ୍ରମ ସମାନ
ମାଆ ଆଖିର ଲୁହ କିଏ ଦେଖିପାରେ
ବୟସ ଅପରାହ୍ନରେ କିଏ ପଚାରେ l
