STORYMIRROR

Mami Patra

Others

3  

Mami Patra

Others

ଜାଗର

ଜାଗର

1 min
134

ସଖୀ ଲୋ ସଖୀଲୋ 

ଚାଲ ଯିବା ମନ୍ଦିର ବୋଲି

ଆଜି ପରା ଜାଗର ରାତି

ଜାଳିବା ଦୁହେଁ ଶୁଭ ଦୀପାଳି


ଡାକିଥିବା ଶିବ ଶିବ ବୋଲି

ଜପୁଥିବା ଖାଲି ମହାମୃତ୍ୟଞ୍ଜୟ ବସି

ଓଁକାର ଧ୍ଵନି ପଡୁଥିବ ଖାଲି

ଚାଲ ଯିବା ବେଢ଼ା ବୁଲି।


ମସ୍ତକେ ଢାଳିବା ଗଙ୍ଗାଜଳ

ଗଳାରେ ଦେବା କେତକୀ ଗଇସ ଫୁଲ

ଧୂପ ଦୀପ ନୈବେଦ୍ୟ ଅର୍ପଣ କରି

ଡାକିବା ଜଗତ ରକ୍ଷା କର


ତୁମରି ସଂସାର ଘୋର ବିପଦରେ

ମାଡିଆସିଛୁ ଅଜଣା ରୋଗ

ଫାଇଲିନ୍ ଘୂର୍ଣ୍ଣିଝଡ ବଳୟ

ତୁମରି ଆଗରେ ଯାଉଛି ଶତ ଶତ ଜୀବନ

ଆକୁଳେ ଭକତଙ୍କ ପଡୁଛି ରଡି


ଆଜି ତୋର ସଂସାର ଏତେ କଳୁଷିତ

ଭୁଲି ଯାଉଛି ସବୁ ମାୟା ବନ୍ଧନ

ଚାରିଆଡେ ଦେଖ ଘୃଣା ଅହଂକାର

ମାନବିକତା ହଜିଯାଇଛି ଅର୍ଥ ସମ୍ପର୍କ

ଭୁଲି ଯାଆନ୍ତି ହିତାହିତ ଜ୍ଞାନ

ସ୍ନେହ ଶ୍ରଦ୍ଧା ଆଜି ସବୁ ତୁଚ୍ଛ ।


ହେ ବାବା ତୁମରି ପୟରେ ଏତିକି ମାଗୁଣି

ପରିବର୍ତ୍ତନ କର ଏହି ସାରା ସଂସାର

ସଭିଙ୍କ ମନେ ଜାଗ୍ରତ କର ପ୍ରେମର ଭଣ୍ଡାର

ହସି ଉଠୁ ପୁଣି ତୁମରି ଦେଉଳ


ଦୟାକର ବାବା ଭୋଳା ଶଙ୍କର

ଭକ୍ତଜନଙ୍କ ଦୁଃଖ ନାଶ କର

ଦୋଷ  ତୃଟି ସବୁ କ୍ଷମା କର

ହେ ଶିବଶଙ୍କର 

ତୁମେ ସଭିଙ୍କ ହୃଦୟରେ ବାସକର

ତୁମେ ଶିବ ତୁମେ ସତ୍ୟ ତୁମେ ସୁନ୍ଦରମ୍ ।



Rate this content
Log in