ଅନୁତାପ
ଅନୁତାପ
1 min
268
ଅତୀତକୁ ଯେତେ କବର ଦେଲେ ବି
ସେ ସାମ୍ନା କରେ ମୋତେ
ପବନ ପରି ବିଞ୍ଚି ହୋଇଯାଏ
ମୋ ସାରା ଶରୀରେ ।
ଶୁଖିଯାଇଥିବା ପୁରୁଣା ଘାଆକୁ ଉଖାଡେ
ରକ୍ତ ନିଗାଡି କଷ୍ଟ ଦିଏ
କାନ ଧରି ପାପପୂଣ୍ୟର ଅଙ୍କ କଷାଏ
ନିରିମାଖି ପ୍ରଜାପତିର ଡେଣାରେ ମୁଁ
ଚିଠି ଲେଖେ ଜହ୍ନ ପାଖକୁ
ସ୍ଵପ୍ନ ଡେଉଁଥାଏ ଲଙ୍ଗଳା ଶିଶୁ ପରି
ମରୀଚିକା ସାଜି କଳାପିଚୁରାସ୍ତାରେ ।
ସେଦିନ ମହମବତୀର ଆଲୋକେ
ଭୁଲିଥିଲି ଜହ୍ନର ଆଲୁଅକୁ
ଆଜି କାହିଁ ଭିଜିବାକୁ ଇଚ୍ଛା ହୁଏ ଭାରି
ତାର ଶୀତଳ ଜୋଛନାରେ
ଆକାଶେ ଉଡିବାର ନିଶା ଉତୁରିଯାଏ
କଚାଡି ହୋଇ ବସିଭାବୁଥାଏ ମାଟିପରେ ।
