ଅନୁତାପ
ଅନୁତାପ
ଅନୁତାପ ଅନଳେ ବିଦଗ୍ଧ ଯେ ହୃଦୟ,
କେଉଁ ଏକ ଭୁଲର କରୁଥାଏ ପ୍ରାୟଶ୍ଚିତ,
ଅନୁତାପ ବହ୍ନି ସେ ଯେ ଅଟେ ଭୟଙ୍କର,
ସେ ନିଆଁ ରେ ଜଳୁଥାଏ ଅନ୍ତର ଅହରହ।
ଅନୁତପ୍ତ ହୃଦୟର ବ୍ୟଥାରେ ବ୍ୟଥିତ ମନ,
ଘୁଣ ପୋକ ସମ ଘାରିହୁଏ ଦେହ ଆଉ ମନ,
ସମୟ ବିତିଯାଏ, ଅନୁତାପ ଅନଳ ହୁଏନି ଶାନ୍ତ,
କ୍ଷମା ବାରି ପରଶେ ଲଭେ ଶାନ୍ତି ସେ ବ୍ୟଥିତ ହୃଦ।
ମାନବ ନିଜ ଦୁଷ୍କୃତ ଯୋଗୁଁ ହୋଇଛି ସଦା ଅନୁତପ୍ତ ,
ଜୀବନ ଜୀଇଁବା ହୋଇଛି ତା ପାଇଁ ଅତ୍ୟନ୍ତ ଦୁର୍ବିସହ,
ଯେମନ୍ତେ ହେଲେ କୈକେୟୀ ଶ୍ରୀରାମ ବନବାସେ ଅନୁତପ୍ତ,
ଶ୍ରୀକୃଷ୍ଣ ଚରଣେ କରି ଶରାଘାତ ହେଲା ବ୍ୟଥିତ ଜାରାଶବର।
କ୍ଷଣିକ ଭୁଲ କରିଥାଏ ମାନବ ମନ,ଚିତ୍ତକୁ ବିଭ୍ରାନ୍ତ,
ଅନୁତାପ ବହ୍ନିରେ ଜୀବନଟା ହେଉଥାଏ ଦଗ୍ଧୀଭୂତ।
#ଚତୁର୍ଥ ମହା ସପ୍ତାହ, ଚତୁର୍ଦ୍ଦଶ ପଦୀ କବିତା