ଅନୁତାପ
ଅନୁତାପ


ଅନ୍ୟର ହୃଦକୁ ଦେଇଣ ବେଦନା
ମନର ମନ୍ଥନେ ଜଳି
ଅପ୍ରକାଶ୍ୟରେ ଭୁଲ ସ୍ୱୀକାର କରେ
ଦୁଃଖ ଅନୁତାପେ ଭାଳି ।
ଏପରି ଘୁଣ୍ୟ କର୍ମ କଲେ ଜୀବନେ
ଆତ୍ମ ଚିନ୍ତନେ ମରି
କାହାକୁ କଷ୍ଟ ଦେଇ ହେବନି ଖୁସି
ପଶ୍ଚାତପ ମନେ ଭାରି ।
ମାୟାଜାଲ ରଚି ବିଶ୍ୱାସରେ ବିଷ
ମାନଵବାଦୀର କଥା
ଅଣ୍ଟିଛୁରୀ ଯେବେ ତଣ୍ଟିକୁ କାଟଇ
ଖାଲି ଅନୁତାପ ବାର୍ତ୍ତା ।
ବାସ୍ତବତା ଥିଲେ ଜୀବନ ପଥଟା
ଭରିଯାଏ ସୁଷମାରେ
ମାଟିର ମଣିଷ କ୍ଷମାକୁ ଆଚରି
ଶୁଦ୍ଧନ ଅନୁତାପରେ ।
ଜୀବିକା ନିର୍ବାହେ ଚାତୁରୀ ଢଙ୍ଗରେ
ବହୁ ଶତ୍ରୁ ଅର୍ଜିଥାଇ
ମନର ଅଙ୍ଗନେ ଏକାନ୍ତ ନିର୍ଜନେ
ଚିନ୍ତାଗ୍ରସ୍ତେ ମରୁଥାଇ ।
ଏପରି ଭୁଲ କରିଥିଲେ ଜୀବନେ
ସଦାବୃଥା ଅନୁତାପ
ଅଧିକାର ଛଡାଇ ହସ ଦୂରେଇ
କର୍ମଦୋଷେ ଅନୁତପ୍ତ ।
ଚିନ୍ତା ଖାଏ ଗଣ୍ଡି ଲୁଣ ଖାଏ ହାଣ୍ଡି
ପରିସମାପ୍ତି ଜୀବନ
ଜୀଵ ବ୍ରହ୍ମ ହତ୍ୟା କପଟ ଛଳନା
ଅନୁତାପ ପ୍ରତିକ୍ଷଣ ।